ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ।

0 385

କନ୍ଧମାଳ,୨୨/୦୨(ପିପିଟି); କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତର ରାଇଖୋଲ ଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଶିକ୍ଷକ ବାଦଲ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ ବାଦଲ କୌଣସି କାର୍ଯ୍ୟରେ ଖଜୁରୀପଡ଼ା ଯାଇ ରାତି ୯ଟା ରେ ନିଜଘର କଲାଡିକୁ ବାଇକରେ ଫେରୁଥିବା ବେଳେ ରାଇଖୋଲ ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଦଲ ଘଟଣାସ୍ଥଳରେ ମୁହଁମାଡି ପଡିଥିଲେ । କିଛି ସ୍ଥାନୀୟ ଲୋକ ପହଂଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବାଦଲ ଜାଣୀମେଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.