ବାଇକ ଦୁର୍ଘଟଣାରେ ଆଇନଜୀବିଙ୍କ ମୃତ୍ୟୁ ।

0 682

ଭଞ୍ଜନଗର,୦୩/୧୨(ପିପିଟି): ଭଞ୍ଜନଗର ୯ନଂ ୱାର୍ଡ ମାଲ ସାହିରେ ରହୁଥିବା ଆଇନଜୀବି ସୁରଜିତ କୁମାର ପଣ୍ଡାଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି।ଆଜି ସକାଳେ କୌଣସି କାମରେ ସୁରଜିତ ବାଇକ ଯୋଗେ ଗାଲେରୀ ଗ୍ରାମକୁ ଯାଇଥିବା ତାଙ୍କ ବଡ଼ ଭାଇ ସ୍ୱରୂପ କୁମାର ପଣ୍ଡା କହିଛନ୍ତି ।ସେଠାରୁ ଫେରୁଥିବା ବେଳେ ଭଞ୍ଜନଗର ପୂର୍ବରୁ ସାହାଣ ପଲି ନିକଟରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସୁରଜିତ ଗୁରୁତର ଭାବେ ଆହତ ହୋଇଥିଲେ। ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରଜିତଙ୍କ ମୃତ୍ୟୁ ଖବର ପାଇ ଭଞ୍ଜନଗର ଓକିଲ ସଂଘର କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟ ମାନେ ମେଡ଼ିକାଲରେ ପହଞ୍ଚି ଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାପଡିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.