ବାଇକ ଅରୋହି ଠାରୁ ଲୁଟ ଘଟଣାରେ ୫ଗିରଫ ।

0 514

ଭଞ୍ଜନଗର, ୧୦/୧୧(ପିପିଟି):ଜଣେ ବାଇକ ଅରୋହିଙ୍କୁ ଆକ୍ରମଣ କରି ଲୁଟ ଅଭିଯୋଗ ରେ ଭଞ୍ଜନଗର ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗତ ୮ତାରିଖ ସକାଳ ୯ଟା ସମୟରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି କଚେରୀ ସାହିର ପ୍ରମୋଦ ନାୟକଙ୍କ ପୁଅ ସଂଗ୍ରାମ ନାୟକ ଭଞ୍ଜନଗର କୌଣସି କାମରେ ଆସି ନିଜ ଗ୍ରାମକୁ ବାଇକ ଓଡ଼ି ୧୨ଇ ୪୫୦୫ଯୋଗେ ଫେରୁଥିବା ବେଳେ ଖାରି ଗୁଡ଼ା ଟୋଲ ଗେଟ ନିକଟରେ ତାଙ୍କର ମୁଣ୍ଡ ବ୍ୟଥା ହେବାରୁ ସେ ବାଇକ ରଖି ରାସ୍ତା କଡରେ ବସି ପଡ଼ିଥିଲେ।ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ ଭଞ୍ଜନଗର ପଟୁ ଏକ ବୋଲେରୋ ନମ୍ବର ଓଡ଼ି ୧୬ଜି ୮୧୬୦ ସେଠାରେ ଆସି ଅଟକି ଥିଲା।ସେଥିରୁ ତିନିଜଣ ଯୁବକ ଓହ୍ଲାଇ ସଂଗ୍ରାମର ମୁହଁରେ ପାଣି ଛିଞ୍ଚି ତାର ମୋଟର  ସାଇକେଲ ଚାବି ମାଗିଥିଲେ।ହେଲେ
ସେ ଚାବି ଦେବାକୁ ମନା କରି ଦେଇଥିଲା।
ତାପରେ ଅଭିଯୁକ୍ତମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ ଏବଂ ତାଙ୍କୁ ଆକ୍ରମଣ କରିଥିଲେ।
ବଳପୂର୍ବକ ସେମାନେ ସଂଗ୍ରାମକୁ ଧରି ତାର ପ୍ୟାଣ୍ଟ ପ୍ୟାକେଟରୁ ଗୋଟିଏ ଡ଼ିଏଲ, ପେଟିଏମ ମାଧ୍ୟମରେ ୫୦ହଜାର ଟଙ୍କା ଏବଂ ବାଇକ୍ ଚାବି ନେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।ଏହାପରେ ସଂଗ୍ରାମ ଆସି ଭଞ୍ଜନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଭଞ୍ଜନଗର ଥାନା ଦଦରା ଲୁଣ୍ଡାର ଶିବା ନାୟକ ଓରଫ ଭୋଳା(୨୩),ଏହି ଥାନା ଶରଧା ପୁର ଗ୍ରାମର ସୁଜିତ ଗୌଡ଼(୨୩), ବେଲଗୁଣ୍ଠା ଥାନା କଣ୍ଟା ଡୋର ଗ୍ରାମର ଶଙ୍କର ଦଳେଇ(୨୪), କେବିରି ବ୍ରହ୍ମପୁର ଗ୍ରାମର ରଞ୍ଜିତ କୁମାର ସ୍ୱାଇଁ ଓରଫ କାଳିଆ(୨୬),ପନ୍ଥୀ ଖାରି ଗ୍ରାମର ସଂଗ୍ରାମ ଗୌଡ଼(୨୯)କୁ ଗିରଫ କରିଥିଲା।ପଚରାଉଚରା ବେଳେ ସେମାନେ ବାଇକ୍ ଆରୋହୀ ସଂଗ୍ରାମ ଠାରୁ ଧାରୁଆ ଛୁରୀ ଦେଖାଇ ଭୟଭୀତ କରି ପେଟିଏମ୍ ମାଧ୍ୟମରେ ୫୦ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ନେଇଥିବା ସ୍ୱୀକାର କରିଛନ୍ତି।ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ତୀକ୍ଷ୍ଣ ଛୁରୀ,ଗୋଟିଏ ଡ଼ିଏଲ,ନଗଦ ୩୮ହଜାର ଟଙ୍କା, ମୋବାଇଲ ଫୋନ ୪ଟି ଜବତ କରାଯାଇଛି।ଏହି ଘଟଣାରେ ଭଞ୍ଜନଗର ଥାନା କେସ ନଂ ୧୦୫୫/୨୩ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଭଗବାନ ପୂଜାରୀ କହିଛନ୍ତି।

(ରିପୋର୍ଟ୍ – ଜେ କେ ପଟ୍ଟନାୟକ )

Leave A Reply

Your email address will not be published.