ଭଞ୍ଜନଗର, ୩୧/୦୮(ପିପିଟି):ଗତକାଲି ଦିନ ୧୧ଟା ସମୟରେ ଏସ୍ଆଇ ଜ୍ୟୋସ୍ନା ମୟୀ ସାହୁ ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ଭଞ୍ଜନଗର ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଡହ ଡ୍ୟାମ୍ ନିକଟରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଗୋଟିଏ ମୋଟର ସାଇକେଲ ଚିହ୍ନଟ କରିଥିଲେ।ତାଙ୍କ ପ୍ରତି ପୋଲିସର ସନ୍ଦେହ ହେବାରୁ ସେମାନଙ୍କ ତଲାସି କରିବା ସମୟରେ ଏକ ବ୍ୟାଗରେ ୨୬.୪୦୦ କିଲୋଗ୍ରାମ ଚୋରା ଗଞ୍ଜେଇ ମିଳିଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମୋଟର ସାଇକେଲ ସହିତ ଚୋରା ଗଞ୍ଜେଇ ଜବତ କରାଯାଇଥିଲା। ଉଭୟଙ୍କର ନିଜ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେମାନେ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ରାଇକିଆ
ବଡ଼ପଟା ସାହିରେ ରହୁଥିବା ଅଶୋକ ସାହୁ ଓ ଅନ୍ୟଜଣେ ରାଇକିଆ ଖ୍ରୀଷ୍ଟିୟାନ ସାହିର ସନ୍ତୋଷ କୁମାର ସାହୁ ବୋଲି ଜଣାପଡ଼ିଛି।ଏହି ଘଟଣାରେ ଭଞ୍ଜନଗର ଥାନା କେସ୍ ନମ୍ବର ୧୦୦୫/୨୫ ଯୁ/ଏସ୍. 20(b)(ii) (C) NDPS ଆଇନ ଅନୁଯାୟୀ ଏକ କେସ ରୁଜ୍ଜୁ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)