ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ୍ୟୁ, ଜଣେ ଗୁରୁତର ।

0 190

ମାଲକାନଗିରି, ୧୮/୧୦(ପିପିଟି ):କୋରୁକୋଣ୍ଡା ମୁଖ୍ୟରାସ୍ତା ନିକଟସ୍ଥ ଟେକଗୁଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ମାଲକାନଗିରି ପୌରପରିଷଦରୁ ଜଣେ ପୁରୁଷ ଓ ଜଣେ ମହିଳା ଏକ ବାଇକ ଯୋଗ କୋରୁକୋଣ୍ଡା ଅଭିମୁଖେ ଯାଉ ଥିବା ବେଳେ କୋରକୁଣ୍ଡା ରୁ ଆସୁଥିବା ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସ୍ଥଳରେ ରାମକୁମାର (୩୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ରେ ବସିଥିବା ଯମୁନା ସର୍ଦ୍ଦାର (୨୮), ସୁଳିଆ ଇନ୍ଦିରା କଲୋନୀ ର ମୋହନ ମାଝୀ (୨୩) ଓ ମଧୁ ଜାନି ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ। ମାଲକାନଗିରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଯମୁନା ସର୍ଦ୍ଦାର ଓ ମୋହନ ମାଝୀ ଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମଧୁ ଜାନି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ମାଲକାନଗିରି ସଦର କୋରକୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ମୃତଙ୍କ ମଧ୍ୟରୁ ମୋହନ ମାଝୀଙ୍କ ଘର ଇନ୍ଦିରା କଲୋନୀ ବୋଲି ଜଣା ପଡ଼ିଥିବାରୁ ତାଙ୍କର ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ। ମୃତ ରାମ କୁମାର ଓ ମହିଳା ଯମୁନା ଙ୍କ ନିଜ ଘର କେଉଁଠି ସଠିକ ଜଣା ପଡିନଥିବାରୁ ହସ୍ପିଟାଲ ରେ ସେ ଦୁହିଁଙ୍କ ମୃତ ଶରୀର ସୁରକ୍ଷିତ ଭାବେ ରଖା ଯାଇଛି ବୋଲି କୋରକୁଣ୍ଡା ସଦର ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ଠାରୁ ପ୍ରକାଶ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.