ବାଇକ୍ ମୁହାଁମୁହିଁ ଧକ୍କାରେ ୨ଆହତ ।

0 194

ଭଞ୍ଜନଗର, ୩୦/୦୭(ପିପିଟି) : ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଖମାରେଡି ଗ୍ରାମର ଧ୍ରୁବ ସାଇଁ ଏବଂ ବଡକୋଦଣ୍ଡାର ପପୁ ଗୌଡ଼। ଆହତ ଦ୍ବୟଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଧ୍ରୁବ ବୁଗୁଡ଼ା ଥାନାରେ କନଷ୍ଟେବଲ ଚାକିରି କରନ୍ତି। ତେଣୁ ସେ ଆଜି ସକାଳେ ବୁଗୁଡ଼ା ଥାନା ଅଭିମୁଖେ ନିଜ ବାଇକରେ ବାହାରି ଥିଲେ। ଏହି ସମୟରେ ବିପରୀତ ଦିଗରୁ ବଡକୋଦଣ୍ଡାର ପପୁ ଡହ ଆଡ଼େ ଯାଉଥିଲେ। ବାଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.