ବାଇକ୍ ଦୁର୍ଘଟଣାରେ ୨ ମୃତ୍ୟୁ ଏବଂ ୨ ଗୁରୁତର ।

0 79

ମାଲକାନଗିରି,୧୨/୧୨(ପିପିଟି): ମାଥିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ସଲପଦର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଘଟିଛି ୨ ଜଣ ଗୁରୁତର ଆହତ ସୋଇଛନ୍ତି । ଦୁଇ ଗୋଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଓ ପୋଲିସ କୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଓ ମାଥିଲି ପୋଲିସ ପହଞ୍ଚେଇବା ପରେ ସମସ୍ତ ଙ୍କୁ ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିସ୍ୟାଳୟକୁ ଆଣିଥିଲା। କିନ୍ତୁ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିବା ବେଳେ ଦୁଇ ଜଣକୁ ଅଧିକ ଚିକିତ୍ସା ପାଇଁ ନାବାଳିକା ଟିକି ଦଳେଇ ଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବାବେଳେ ଭାରତୀ କାନ୍ଦୁଲ ଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ପଠା ଯାଇଥିବା ଜଣାପଡିଛି । ଦୁଇ ଜଣ ମୃତକ ହେଲେ ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀ ପାଲ୍ଲୀ ପଞ୍ଚାୟତ ସାରଙ୍ଗପାଲ୍ଲୀ ଗ୍ରାମର କୃତ୍ତିବାସ ପୂଜାରୀ ଓ ଅନ୍ୟ ଜଣେ ହେଲେ ପାଙ୍ଗାମ ଗ୍ରାମର ଅଟୋ ମେକାନିକ ଅଭିଷେକ ରାୟ । ତେବେ ଦୁଇ ଜଣକୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.