ବାଇକରେ ଗୋଡ଼ାଇ ଗୋଡ଼ାଇ ମହିଳାଙ୍କୁ ପିଟିଲେ,କଲେଜ ଛାତ୍ରଙ୍କୁ ହାଣିଲେ ଦୁବୃର୍ତ୍ତ ।

0 239

ଅନୁଗୋଳ,୨୬/୦୨: ଅନୁଗୋଳ ବ୍ଲକ ବେନ୍ତପୁର ଗ୍ରାମ ନିକଟରେ ଦୁଇ ଜଣ ଯୁବକ ଆଜି ଦିନ ଦ୍ୱିପ୍ରହରରେ ବାଇକରେ ଯାଉଥିବା ବେଳେ କଲେଜ ଛାତ୍ରଙ୍କୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ମାଉସୀଙ୍କୁ ପିଟି ଥିବା ସୂଚନା ମିଳିଛି। ଯାହା ଫଳରେ ୧୦୮ ଆମ୍ବୁଲାନ୍ସକୁ ସ୍ଥାନୀୟ ଲୋକମାନେ ଖବର ଦେଇଥିଲେ। ଖବର ପାଇ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇ ଚିକିତ୍ସା କରା ଯାଉଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମର ଗିରିଶ ନାଏକଙ୍କ ପୁଅ ପିଣ୍ଟୁ ନାଏକ (୧୭) କୁଲାଡରେ ଥିବା ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର ଥିବା ବେଳେ ପରୀକ୍ଷା ଦେଇ ନାଲକୋରୁ ତାଙ୍କ ମାଉସୀ ସଂଗୀତା ନାଏକ (୨୫)ଙ୍କୁ ବାଇକରେ ଧରି ଘରକୁ ଯାଉଥିଲେ। ବେନ୍ତପୁର ଗ୍ରାମ ନିକଟ ହୋଇଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ସଂଗୀତାକୁ ପିଟିବା ସହିତ ପିଣ୍ଟୁକୁ ପିଟୁଥିବା ବେଳେ ଦୁଇ ଜଣ ଜିବନ ବିକଳରେ ବେନ୍ତପୂର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଳାଇ ଗଲେ। ଉକ୍ତ ଦୁଇ ଜଣ ଯୁବକ ଘର ଭିତରେ ପିଣ୍ଟୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛନ୍ତି। ସ୍ଥାନୀୟ ଲୋକମାନେ ଏନେଇ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଅନୁଗୋଳ ସଦର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.