ବସ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ।

0 278

ସିମୁଳିଆ,୧୨/୦୨:ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ବସ ଧକ୍କା ଦେବା ଯୋଗୁଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥର ସତସଙ୍ଗ ବିହାର ଛକ ନିକଟରେ ସୋର ଥାନା ଅଞ୍ଚଳରୁ ଯଦୁନାଥ ବାରିକ ସ୍କୁଟି ଯୋଗେ ତାଙ୍କ ପତ୍ନୀ ପ୍ରତିଭା ବାରିକଙ୍କୁ ନେଇ ସିମୁଳିଆ ଆସୁଥିବାବେଳେ ଜାତୀୟ ରାଜପଥ ସତସଙ୍ଗ ବିହାର ଛକ ନିକଟରେ ରାଜାବାବୁ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଭଦ୍ରକ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବସଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ସ୍କୁଟିକୁ ଧକ୍କା ଦେଇ ଡିଭାଇଡରରେ ପିଟି ହୋଇଥିଲା।ବସରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଛି।ଖବର ପାଇ ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.