ବସ ଦୁର୍ଘଟଣାରେ ପ୍ରଜାଇଡିଂ ଅଧିକାରୀଙ୍କ ମୃତ୍ୟୁ ।

0 117

ମାଲକାନଗିରି,୧୪/୦୫(ପିପିଟି) :ନିର୍ବାଚନ କାର୍ଯ୍ୟ ସାରି ବାଇକ୍ ଯୋଗେ ଗାଁ କୁ ଫେରୁଥିବା ବେଳେ ବସ ଦୁର୍ଘଟଣା ରେ ପ୍ରିଜାଇଡିଂ ଅଧିକାରୀଙ୍କ ଆଜି ଅକାଳ କାମସାରି ଫେରୁଥିବା ବେଳେ ଇନ୍ଦ୍ରଜୀତଙ୍କ ବାଇକକୁ ଏକ ଘରୋଇ ବସ ଧକ୍କା ଦେଲା। ମୁହାଁମୁହିଁ ଧକ୍କାରେ ଶିକ୍ଷକ ଗୁରୁତର ଆହାତ ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜିତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ଶୁଣି ଖଇରପୁଟ ବ୍ଲକର ସମସ୍ତ ଶିକ୍ଷକ ଓ ବିଜେପି ବିଧାୟକ ପ୍ରାର୍ଥି ଡମ୍ବରୁ ଶିଶା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ ମାଥିଲି ମେଡ଼ିକାଲ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇ ଥିଲେ। ସୂଚନା ନେବାରୁ ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଶିଖାପଲ୍ଲୀ ଅନ୍ତୂକୃଷିୱାଡା ଗ୍ରାମର ୧୨୨ ନମ୍ବର ବୁଥ ରେ ପ୍ରିଜାଇଡିଂ ଅଧିକାରୀ ଭାବେ ନିୟୋଜିତ ରହିଥିଲେ । ଗତକାଲି ମତଦାନ କାର୍ଯ୍ୟ ଶେଷ କରି ବିଳମ୍ବିତ ରାତ୍ରି ହେବାରୁ ଆଜି ସକାଳୁ ନିଜ ଘର ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଖୁରିଗୁଡା ଗ୍ରାମକୁ ଫେରୁଥିବା ସମୟରେ ଘରୋଇ ବସ ସହ ତାଙ୍କ ବାଇକ୍ ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟାଇ ଥିବା ଘରୋଇ ବସ କୁ ମାଲକାନଗିରି ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.