ବସଷ୍ଟାଣ୍ଡ ଠାରୁ ବେଆଇନ ବାଲି ବୋଝଇ ୫ଟି ଟ୍ରକକୁ ଜବତ କଲା କୋଦଳା ପୋଲିସ ।

0 48

କୋଦଳା,୧୫/୧୦(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କୋଦଳା ବସ ଷ୍ଟାଣ୍ଡ ନିକଟରେ ବେଆଇନ ବାଲି ଚାଲାଣ କରାଯାଉଥିବା ୫ଗୋଟି ବାଲି ବୋଝଇ ଟ୍ରକକୁ ଜବତ କରି ରଖିଛି କୋଦଳା ପୋଲିସ । ଆଜି ସକାଳୁ ସକାଳୁ କୋଦଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲି ବୋଝଇ ଟ୍ରକ ଗୁଡିକ ଯାଉଥିବା ଦେଖି ସେଗୁଡିକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ସେମାନେ ବାଲି ଓଭର ଲୋଡ଼ ଓ ଟିକସ ଫାଙ୍କୁ ଥିବା ଜଣାପଡିବା ପରେ ଉକ୍ତ ଟ୍ରକକୁ ଥାନାକୁ ଆଣି ଥିଲେ । ଏହି ଗାଡି ଗୁଡିକ କୋଦଳା ପାଣ୍ଡୀ ସାହିର ଗୋଟିଏ,ଉତ୍ସାଳୀର ଗୋଟିଏ , ବେଗୁନିଆପଡାର ଗୋଟିଏ ଓ ସୁମଣ୍ଡଳର ଦୁଇଟି ବୋଲି ଜଣା ପଡିଛି । ଉକ୍ତ ଗାଡି ଗୁଡିକ ନାମରେ ମାମଲା ରୁଜୁ କରିବା ସହ ଡ୍ରାଇଭର ମାନଙ୍କୁ ମଧ୍ୟ ଗିରଫ କରାଯାଇଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.