ଭଞ୍ଜନଗର, ୨୫/୧୦. ଭଞ୍ଜନଗର ବସ ଷ୍ଟାଣ୍ଡ ପାହାଚ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ।ପୁଲିସ ଆମ୍ବୁଲାନ୍ସ ଯୋଗେ ଉକ୍ତ ବ୍ୟକ୍ତିଙ୍କୁ ଭଞ୍ଜନଗର ମେଡ଼ିକାଲ ନେଇଥିଲେ।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏସଂକ୍ରାନ୍ତରେ ପୁଲିସ ୪୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ବ୍ୟକ୍ତିଙ୍କ ପରିଚୟ ପାଇବା ପାଇଁ ତଦନ୍ତ ଆରମ୍ଭ କରିଛି।ଉକ୍ତ ବ୍ୟକ୍ତି ଜଣକ ମାନସିକ ବିକୃତ ଯୋଗୁଁ ଏଣେତେଣେ ଘୁରି ବୁଲୁଥିବାର ଜଣାପଡିଛି।ଯଦି ୭୨ଘଣ୍ଟା ମଧ୍ୟରେ ମୃତକ ସମ୍ପର୍କରେ କୌଣସି ସୂଚନା ନମିଳେ ତାହେଲେ ବାଧ୍ୟହୋଇ ତାର ଶବ ସତ୍କାର କରାଯିବ ବୋଲି ଆଇଆଇସି ଭଗବାନ ପୂଜାରୀ କହିଛନ୍ତି।
ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)