ବଳତ୍କାର ମାମଲାରେ ନିର୍ଦୋଷରେ ଖଲାସ ପାଇଁ ରାୟ ପ୍ରକାଶ କଲେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ।

0 231

ବେଗୁନିଆପଡା,୨୩/୧୧(ପିପିଟି): ୨୦୨୨ ମସିହାରେ କୋଦଳା ଥାନାରେ ଏକ ବଳତ୍କାର ମାମଲା ରୁଜୁ ହୋଇଥିଲା । କବିସୂର୍ଯ୍ୟନଗର ଅରବିନ୍ଦ ସାହିର ଶିବରାମ ବେହେରା ଜଣେ ମହିଳାଙ୍କୁ ବଳତ୍କାର କରିଥିବା ନେଇ ତାଙ୍କ ମା କୋଦଳା ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ସମସ୍ତ ସାକ୍ଷୀଙ୍କ ବୟାନକୁ ଆଧାର କରୀ ମାନ୍ୟବର କୋର୍ଟ ବିଚାରଣା ପରେ ଅଭିଯୁକ୍ତ ଶିବ ରାମ ବେହେରାଙ୍କୁ ନିର୍ଦୋଷରେ ଖଲାସ ପାଇଁ ରାୟ ପ୍ରକାଶ କରିଛନ୍ତି କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱ ରଞ୍ଜନ ବେହେରା । ଏହାକୁ ନେଇ ଶନିବାର ଅପରାହ୍ନ ସମୟରେ କୋର୍ଟ ପରିସରରେ ସୂଚନା ଦେଇଛନ୍ତି ଶିବରାମଙ୍କ ଆଇନଜୀବୀ ଆଲୋକ କୁମାର ହୋତା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.