ବଲାଙ୍ଗୀର (୧୦) ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା ବୈଠକ ।

0 93

ସୁବର୍ଣ୍ଣପୁର ,୧୬/୦୫(ପିପିଟି) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୧୦-ବଲାଙ୍ଗୀର ଲୋକସଭା ସଂସଦ ଏବଂ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ପରିଚାଳନା କୁ ନିରପେକ୍ଷ, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ସମାହିତ କରିବା ପାଇଁ ଭାରତ ନିର୍ବାଚନ କମିଶନ ଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସାମଗ୍ରିକ ନିର୍ବାଚନ ପରିଚାଳନା ତଥା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍ ଗୁଡିକର ପରିଚାଳନା ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ପର୍ଯ୍ୟବେକ୍ଷକ ଜିଲ୍ଲା ପାଇଁ ନିୟୋଜିତ ବିଭିନ୍ନ କମିଟିର ନୋଡାଲ ଅଧିକାରୀ ତଥା ସଦସ୍ୟ ସଦସ୍ୟା ଙ୍କ ସହ ଆଗାମୀ ନିର୍ବାଚନ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିବା ସହ ବିଶେଷତଃ ସ୍ପର୍ଶକାତର ବୁଥ୍ ପରିଚାଳନା ସହ ମତଦାନ ଓ ମତଦାତାର ନିରାପତ୍ତା ଉପରେ ସମୀକ୍ଷା କରିଛନ୍ତି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାରେ ନିର୍ବାଚନ ସୁପରିଚାଳନା ନିମନ୍ତେ ନିଆଯାଇଥିବା ପ୍ରସ୍ତୁତି ଉପରେ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ l ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟସ ପ୍ରତାପ ଶ୍ରୀମଲ ନିର୍ବାଚନ କୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ର ସହ ସମାପନ ନିମନ୍ତେ ବିଭିନ୍ନ ମୋବାଇଲ୍ ପାର୍ଟିଙ୍କ ଦାୟିତ୍ଵ ବଣ୍ଟନ ଏବଂ ସ୍ପର୍ଶକାତର ବୁଥ୍ ପରିଚାଳନା ପାଇଁ ନିଆଯାଇଥିବା ବ୍ୟବସ୍ଥା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଅବଗତ କରାଇଥିଲେ l ଜିଲ୍ଲାର ଉତ୍ତେଜନା ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ପୋଲିସ ବଳ ର ଫ୍ଳାଗ୍ ମାର୍ଚ ସମ୍ବନ୍ଧରେ ସୂଚନା ଦେବା ସହିତ ଯେକୌଣସି ପ୍ରତିକୂଳ ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଜିଲ୍ଲା ପୋଲିସ ନିୟନ୍ତ୍ରଣ କରିବାକୁ ସକ୍ଷମ ବୋଲି ଜଣାଇଥିଲେ I ବୈଠକରେ ଅତିରିକ୍ତ ଜିଲ୍ଲାପାଳ

ଅଞ୍ଜଳିନା ପ୍ରଧାନ, ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ନିର୍ବାଚନର ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପୃକ୍ତ ବିଭାଗ କାର୍ଯ୍ୟକାରିତା ର ତଥ୍ୟ ଉପସ୍ଥାପନ କରିଥିଲେ l ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜନ ଭିଶାଲ, ନିର୍ବାଚନ ପରିଚାଳନା ରେ ସମ୍ପୃକ୍ତ ପୋଲିସ, ଅବକାରୀ, ଆୟକର, ବିକ୍ରିକର, ଇତ୍ୟାଦି ବିଭାଗ ର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ l ଅବକାରୀ ବିଭାଗ ଜିଲ୍ଲା ର ସମସ୍ତ ଦେଶୀ ମଦଭାଟି ଏବଂ ବିଦେଶୀ ମଦଦୋକାନ ଉପରେ ତୀକ୍ଷ୍ଣ ନଜର ରଖି ଏହାର ବେନିୟମ ଏବଂ ସମୟ ବାହାରେ ବିକ୍ରି ଉପରେ କଟକଣା ଲଗାଇବା ପାଇଁ କହିଥିଲେI
ଖର୍ଚ୍ଚ ପରିଚାଳନା କମିଟି ସଦସ୍ୟ ତଥା ଅଧିକାରୀ ମାନଙ୍କୁ ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତା ରେ ରେ ନିର୍ବାଚନ ପରିଚାଳନା କରିବାକୁ ନିର୍ଦେଶ ଦେଇଥିଲେ l ନିର୍ବାଚନରେ ନିଶା କାରବାର ଓ ଟଙ୍କାର ବେଆଇନ ବ୍ୟବହାର ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେରିକେଡିଂ କରି ମିଳିତ ଯାଞ୍ଚ କରିବାକୁ ନିର୍ଦେଶ ଦେଇ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦେଶ ପ୍ରଦାନ କରିଛନ୍ତି । ଏହା ସହ ପର୍ଯ୍ୟବେକ୍ଷକ ନିର୍ବାଚନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା, ସି-ଭିଜିଲ ଉପଯୋଗ, ଆଇନ୍ ଶୃଙ୍ଖଳା ଓ ସାମଗ୍ରିକ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଭିନ୍ନ ଅଧିକାରୀ ମାନଙ୍କୁ ଉତ୍ସର୍ଗୀକୃତ ଭାବରେ କାମକରି ଜିଲ୍ଲାରେ ସଫଳ ନିର୍ବାଚନ କରିବା ପାଇଁ ଉତ୍ସାହିତ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.