ପଥର ଉପରେ ମେଘ ବରଷିଲେ
ଆସ୍ତରଣ ପଡେ ଶିଉଳି…..
ପଥଚାରୀ ପଦ ପତିତ ହୋଇଲେ
ଖସି ହେଉଥାଏ ବାଉଳି…
ବିପଦ ଅଛି ପଦେ ପଦେ
ନେତ୍ର ନିରିକ୍ଷଣ କରହେ କୋବିଦେ….!!
ମେଘ ବରଷିଲେ ବିଜୁଳି ମାରଇ
ବିନାଶଇ ପ୍ରାଣ ବଜ୍ରାଘାତ…..
ମହାଦ୍ରୁମ ତଳେ କରିଲେ ଆଶ୍ରୟ
ଜୀବନ ପ୍ରଦୀପ ନିର୍ବାପିତ….
ବଂଶ ବିସ୍ତାରେ କୀଟ ପତଙ୍ଗ
ମଶା ମନୁଷ୍ୟଙ୍କ କରେ ଶାନ୍ତି ଭଙ୍ଗ….!!
ପ୍ରବଳ ବରଷା ହେଲେ ବାରମ୍ବାର
କର୍ମେ ବାଧକ ହୁଏ ଅବା….
ବର୍ଷାରେ ଭିଜିଲେ ଥଣ୍ଡା କାଶ ଜ୍ବର
ଭୋଗନ୍ତି ପୀଡ଼ା ରାତ୍ର ଦିବା….
ଗୃହେ ବନ୍ଦୀ କରେ ବରଷା
ଭ୍ରମଣଟି ବଡ ଦୁର୍ଦ୍ଦଶା ନିରାଶା….!!
ବନ୍ୟା ଭୟଙ୍କର ତାଣ୍ଡବ ରଚଇ
ଧନ ଜନ ନାଶ ହୁଅଇ….
ନଦୀ ମାନେ ଯମ ଦୂତ ସାଜି
ଗ୍ରାସିବାକୁ ମୁଖ ମେଲଇ….
ଉଛୁଳା ନଦୀଟି ଘାତକ
ଦୟା ମାୟା ନାହିଁ ତିଳେ କ୍ଷଣିକ……!!
ନଦୀ ପାର ପାଇଁ ନାବିକ ଡାକଇ
ନାବରେ କେ ଯିବ ତୁରିତ…..
ନାବ ଟଳମଳ ଜୀବନ ବିକଳ
ଖର ସ୍ରୋତେ କାତ ଅକାତ…..
ପିଣ୍ଡେ ପ୍ରାଣ ଅଣଆୟତ
ଭରା ନଈକୁ ଭରସା କୈବର୍ତ୍ତ….!!
ଡଙ୍ଗା ବୁଡି ଜଳ ସମାଧି ହେବାର
ଖବର ପ୍ରାସାର ହୁଅଇ…..
ଖରସ୍ରୋତା ନଦୀ ଭଉଁରୀ ଗର୍ତ୍ତରେ
ନାବକୁ ସ୍ବଗର୍ଭେ ଗ୍ରାସଇ….
ଅକାଳେ କାଳର ଆଗତ
ବର୍ଷା ପ୍ରକୃତି ବିପର୍ଯ୍ୟୟ ସମ୍ଭୁତ….!!
ଝଡ ବରଷାରେ ଗର୍ତ୍ତରୁ ବାହାରି
ସର୍ପ ଘରେ ଧୀରେ ପଶଇ…..
ରାତିରେ ଶୟନ ସମୟରେ ପୁଣି
କାମୁଡି ଜୀବନ ନିଅଇ…..
ସର୍ପା ଘାତ ବର୍ଷା କାଳରେ
ସାବଧାନ ହୁଅ ହଳାହଳରେ….!!
ବର୍ଷା ଋତୁ କାଳେ କାଦୁଅ ହୁଅଇ
ଗାଁ ପଥ ଯେତେ ରହିଛି….
ଜଳ ସ୍ରୋତେ ଧୋଇ ମାଟି ରାସ୍ତା କେତେ
ଯାତାୟତେ ବାଧା ହେଉଛି……
ବିଭତ୍ସ ଦୃଶ୍ୟ ଦିଶୁଛି
ଏ କାଳେ ରୋଗୀ ହଟହଟା ହେଉଛି…..!!
ଗରିବ ଜନତା କାମ ନ ପାଇଣ
ଭୋକ ଶୋଷେ ଦିନ କାଟୁଛି….
ମଙ୍ଗଳ କାହାର ଅମଙ୍ଗଳ କା’ର
ଦୁଃଖ ର ପାହାଡ ଛିଣ୍ଡୁଛି…
କା’ ନୟନୁ ଅଶ୍ରୁ ନିର୍ଗତ
ହେବାରୁ ପ୍ରଚୁର ବରଷା ବିତ୍ପାତ…!!
ନଡ଼ା ଛପରର କୁଟୀର ଯାହାର
ଛପର ହୋଇନି ଆଗରୁ….
ଚାଳିଆରୁ ପାଣି ହୁଅଇ ନିର୍ଗତ
ତ୍ରାହି ନାହିଁ ବର୍ଷା ଦାଉରୁ….
ଗରିବର ସାହା କିଏ ତ
ଈଶ୍ୱର ପଥର ନଶୁଣେ ଆରତ…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭