ମାଲକାନଗିରି।ତା:୨୦/୭ ମାଲକାନଗିରି ବ୍ଲକ ସେରପାଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟି ଗୁଡା ଗ୍ରାମର କଲଭର୍ଟ ଦୁଇ ଦିନ ବର୍ଷା ହେବା ଯୋଗୁଁ ଭାଙ୍ଗି ଯାଇଛି ଓ ମାଟି ଭୁଶୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି । ଯାହାଫଳରେ ଗ୍ରାମର ଲୋକମାନେ ଯାତାୟାତ କରିବା ସଂପୂର୍ଣ୍ଣ ବନ୍ଦ ରହିଛି। ଏହି ମୁଖ୍ୟରାସ୍ତା ଟି ରଙ୍ଗମାଟିଗୁଡା ଠାରୁ ପଦରାପାଲ୍ଲୀକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଉପରେ ସ୍ଥାନୀୟ ଗ୍ରାମବାସୀମାନେ ଦୈନଦିନ ଯାତାୟାତ କରିନଥାନ୍ତି। ଏଥି ସହିତ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଯାହାଫଳରେ ପଦରାପାଲ୍ଲୀ ପ୍ରାଥମିକ ବିଦ୍ୟାଳୟ , ସେରପାଲ୍ଲୀ ହାଇସ୍କୁଲ ଓ କଲେଜକୁ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ ସମେତ ପାଣ୍ଡ୍ରିପାଣି ଡାକ୍ତରଖାନାକୁ ଯାଉଥିବା ରୋଗୀ ମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ସେମାନଙ୍କର ଉତ୍ପାଦିତ ପନିପରିବା ବିକ୍ରି କରିବାକୁ ହାଟକୁ ନେଇ ଯିବାରେ ହଇରାଣ ହରକତ ହେଉଛନ୍ତି। ଉକ୍ତ ରାସ୍ତାର କଲବର୍ଟ ଭାଙ୍ଗି ପଡ଼ିଥିବାରୁ ୪ ଚକିଆ ଗାଡ଼ି , ବାଇକ୍ ଓ ସାଇକେଲ ଆରୋହୀ ମାନେ ମଧ୍ୟ ଯିବା ଆସିବାରେ ବିଶେଷ ଅସୁବିଧା ଭୋଗୁଛନ୍ତି । ତୁରନ୍ତ କଲବର୍ଟ ଓ ରାସ୍ତା ମରାମତି କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛିନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)