ବର୍ଷାପାଇଁ ହାତିଆସୁଣୀଙ୍କ ପୀଠରେ ପୂଜାର୍ଚ୍ଚନା ସହ ଜନ୍ତାଳ ବସାଇଲେ ଗ୍ରାମବାସୀ।

0 284

ବୋଲଗଡ଼,୦୩/୦୯(ପିପିଟି) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ସାଗରଗୁଆଁ ଗ୍ରାମ ବର୍ଷାପାଇଁ ହା ହା କାର ହେଉଛନ୍ତି ଗ୍ରାମବାସୀ। ବର୍ଷା ନହେବା କାରଣରୁ ଅଧାରୁ ଅଟକିଛି ଚାଷକାର୍ଯ୍ୟ।ଯେଉଁ ଠାରେ ରୁଆ ପୋତାକାମ ସରିଛି ତାହାଫାଟି ଆଁ କଲାଣି। ଶେଷରେ ଗ୍ରାମରେ ଥିବା ଆରାଧ୍ୟଦେବୀ ହାତିଆସୁଣୀ ପୀଠରେ ଶରଣାପର୍ନ ହୋଇଛନ୍ତି ଗ୍ରାମବାସୀ। ଜଳ ଅଭାବରୁ ଚାଷ ଜମି ଫାଟି ଆଁ କରିଥିବାରୁ ଅଞ୍ଚଳରେ କୌଣସି ଜଳସେଚନ, କେନାଲର ସୁବିଧା ନାହିଁ। ବର୍ଷା ଉପରେ ସଂପୂର୍ଣ୍ଣ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଗ୍ରାମ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା, ନାମ ସଂକୀର୍ତ୍ତନ ଓ ଜନ୍ତାଳ ବସା ଇବାର ଦେଖିବାକୁ ମିଳିଛି। ପୂଜକ ଓ ଗ୍ରାମବାସୀ ମାନେ ବିଶ୍ୱାସର ସହ କହିଛନ୍ତି ଯେ ହାତିଆସୁଣୀ ଦେବୀଙ୍କର ଆଶ୍ରୀବାଦ ନିଶ୍ଚିତ ରୂପେ ପ୍ରତିଫଳିତ ହେବ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.