ବର୍ତ୍ତିନୀ ପଞ୍ଚାୟତରେ ଉପଜିଲ୍ଲାପାଳଙ୍କ ଜନଶୁଣାଣୀ ।

0 128

ପୋଲସରା,୧୮/୦୮(ପିପିଟି):ସରକାରଙ୍କ ବିକାଶ ଜନିତ ସମସ୍ତ ଯୋଜନା ଗୁଡିକ ଯେପରି ସହର ଠାରୁ ଆରମ୍ଭ ହୋଇ ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚି ପାରିବ ସେନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯାହା ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବର ଆଶା ପ୍ରତିଫଳିତ ହୋଇଛି । ଏନେଇ ସୋମବାର। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବର୍ତ୍ତିନି ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଜନଶୁଣାଣୀ ଶିବିର ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ବାବଧାନରେ ଗଞ୍ଜାମ ଜିଲ୍ଲାଉପ ଜିଲ୍ଲାପାଳ ଶିବାଶିଷ ବରାଳ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଜନଶୁଣାଣୀରେ ପଞ୍ଚାୟତର ପ୍ରାୟତଃ ରାସନକାର୍ଡ଼ , ବାର୍ଦ୍ଧକ୍ୟ , ବିଧବା ଭତ୍ତା , ଜମିବାଡ଼ି ସଂପର୍କିତ ବହୁ ସମସ୍ୟାକୁ ନେଇ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପ୍ରବଳ ଗହଳି ଚହଳି ଲାଗି ରହିଥିଲା । ଏପରିକି ପ୍ରମୁଖ ସମସ୍ୟା ଭାବେ ଧାନଚାଷ କରୁଥିବା ଚାଷୀଙ୍କ ପିଡିଆ ଉପରେ ରହିଥିଲା । ଯାହା ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୨୬୮ ଟଙ୍କା ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ କିଛି କଳାବଜାରୀ ମାନେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ୪୫୦ ରୁ ୫୨୦ ଟଙ୍କା ରେ ବିକ୍ରୀ କରୁଥିବା ଦେଖା ଯାଇଛି । ଚାଷୀଙ୍କ ସୁବିଧା ଲାଗି ସରକାରୀ ସ୍ତରରେ ସମବାୟସମିତି ମାନେ ସାର ଯୋଗାଇବା ର ବ୍ୟବସ୍ଥା ରହିଥିଲେ ମଧ୍ୟ ବହୁ ସମବାୟ ସମିତି ସାର ଆଣିନଥିଲେ ଯାହାଫଳରେ ଚାଷୀମାନେ ବାହାର ଦୋକାନ ରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହୋଇଥିଲେ| ସାରର ଅସୁବିଧା ସମସ୍ୟା କୁ ନେଇ ବ୍ଲକ କୃଷି ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରିନଥିବା କଥା ଚାଷୀ ତଥା ବିଜେପି ନେତା ଦାମଦୋର ସ୍ୱାଇଁ, ରୋହିତ ପ୍ରଧାନ ସମେତ ଋଷିକୂଲ୍ୟା ରୟତ ମହାସଭା ର ସଦସ୍ୟ ମାନେ ଅଭିଯୋଗ ଶୁଣାଣି ବେଳେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ| ଆଗାମୀ ଦିନରେ ସାର ସମସ୍ୟା ର ସମାଧାନ ନ ହେଲେ ଚାଷୀ ସମୂହ ରାଜ ରାସ୍ତା କୁ ଓଲ୍ହାଇ ଗଣ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ସମସଙ୍କ ଅଭିଯୋଗ ତୁରନ୍ତ ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବରାଳ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଥାନାଧିକାରୀ କୌଶିକ ମାଝୀ, ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସିଡିପିଓ ତିଳୋତ୍ତମା ରାଉତ, ବିଭିଓ ଡ଼ଃ ସୁବାସ ଜେନା, କୃଷି ଅଧିକାରୀ ଗଣେଶ୍ୱର ସାହୁ, ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବି. ସାନୁଜ କୁମାର, ଯନ୍ତ୍ରୀ ଶକ୍ତିକାନ୍ତ ଜେନା, ସଂପୃକ୍ତ ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାନ୍ତ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଣୟ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.