ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ; ନୂତନ ଜିଲ୍ଲାପାଳ କରିବେକି ତଦନ୍ତ ।

0 251

ଯାଜପୁର,୨୮/୧୦(ପିପିଟି):ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମାଣ ହେଉଥିବା ନୂତନ ଗୃହ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଛି । ହେଲେ ବିଭାଗୀୟ ଅଧିକାରୀ ଏ ନେଇ ନିରବ ଦ୍ରଷ୍ଟା ସାଜିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେଉଁ ଠିକାଦାର ଏହି କାମ ନେଇଛନ୍ତି ସେ କିଛି ସ୍ଥାନୀୟ ଠିକାଦାରଙ୍କୁ କାମର ଦାୟିତ୍ୱ ଦେଇ ହାତ ଟେକି ଦେଇଛନ୍ତି । ଫଳରେ ଏହି ସ୍ଥାନୀୟ ଠିକାଦାର ମାନେ ଅତ୍ୟନ୍ତ ନିମ୍ନମାନର କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ସ୍ଥାନୀୟ ଠିକାଦାରଙ୍କ ଲାଭ ଖୋର ମନୋଭାବ ଯୋଗୁ ଏହି ଗୃହର ସ୍ଥାୟୀତ୍ୱ ନେଇ ଆଶଂକା ସୃଷ୍ଟି ହୋଇଛି । ଆଉ ଏହି ଠିକାଦାର ମାନଙ୍କୁ ସହଯୋଗ କରୁଛନ୍ତି ସ୍ଥାନୀୟ ରାଜନେତା । ରାଜନେତାଙ୍କ ଚାପରେ ବିଭାଗୀୟ ଅଧିକାରୀ ନିରବ ବସିବା ନିମ୍ନମାନର କାମକୁ ଅଧିକ ପ୍ରୋତ୍ସାହିତ କରୁଛି । କିଛି ବର୍ଷ ହେଲା ଏହି ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ପୁରୁଣା ଗୃହକୁ ଭଙ୍ଗା ଯାଇ ଏହା ନିର୍ମାଣ ହେଉଛି । ନିର୍ମାଣ ସମୟରୁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଲା ପରେ ପୂର୍ବତନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିର୍ମାଣ ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ତାଗିଦ କରିଥିଲେ । ହେଲେ ତାଙ୍କ ବଦଳି ପରେ ପୁଣି ସ୍ଥାନୀୟ ଠିକାଦାର ନିଜ ମନମାନି କରିବା ଆରମ୍ଭ କରିଦେଇଛନ୍ତି । ନୂତନ ଜିଲାପାଳ ଏ ନେଇ ତଦନ୍ତ କରିବା ସହିତ କେଉଁ ସ୍ଥାନୀୟ ଠିକାଦାର ଚୁକ୍ତିନାମା କରିଥିବା ଠିକାଦାରଙ୍କ ଠାରୁ ଏହି କାମ ନେଇ ନିମ୍ନମାନର କାମ କରୁଛନ୍ତି ସେ ନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.