ସୁବର୍ଣ୍ଣପୁର ,୧୪/୦୪(ପିପିଟି):ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ଆଶାୟୀ ବିଜେପି ନେତା ଶ୍ରୀ ବଳରାମ ସିଂ ଯାଦବ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଆଜି ବୀରମହାରାଜପୁର ବିଭିନ୍ନ ଗାଁକୁ ଯାଇ ଜନସମ୍ପର୍କ ସ୍ଥାପନ କରିଥିବା ଦେଖିବାକୁ ମିଳିଛି l ବୀରମହାରାଜପୁର ବ୍ଲକର ଟିକ୍ରାପଡ଼ା, କମିରା, ଆମ୍ବସରଭଟା ଆଦି ଅନେକ ଗ୍ରାମକୁ ଗସ୍ତ କରିଥିବା ଜଣାପଡିଛି। ତାଙ୍କ ସାଙ୍ଗରେ ଅଞ୍ଚଳର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶ୍ରୀ ବଳଦେବ ବେଦବାକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୁରେଶ୍ ମିଶ୍ର, ବରିଷ୍ଟ ବିଜେପି ନେତା ଶ୍ରୀ ଦିଲ୍ଲୀପ ପୁରୋହିତ, ବିଶିଷ୍ଟ ବିଜେପି ନେତା ଶ୍ରୀ ମହେନ୍ଦ୍ର ମହାଲିକ, ସାମ୍ୱାଦିକ ତଥା ବିଜେପି ନେତା ଶ୍ରୀ ରାଜେଶ ସେଠୀ, ବିନିକା ଅଞ୍ଚଳରୁ ଆଇନଜୀବୀ ଶ୍ରୀ ପ୍ରକାଶ ପାଢ଼ୀ, ସିର୍ଣ୍ଣିବାସ ଚାନ୍ଦ, ବାପି ଦାସ୍, ମୁକେଶ ବାବୁ ପ୍ରମୁଖ ରହିଥିଲେ। ଆଗାମୀ ଦିନରେ ଶ୍ରୀ ବଳରାମ ସିଂ ଯାଦବ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜତନ୍ତ୍ର ବିରୁଦ୍ଧରେ ସ୍ଵାଧୀନ ପ୍ରାର୍ଥୀ ରୁପେ ନିର୍ବାଚନ ଲଢ଼ିବେ ବୋଲି ଆଶିର୍ବାଦ ଭିକ୍ଷା କରିଥିଲେ। ତେବେ ଏଠାକାର ସାଂସଦ ପାଞ୍ଚବର୍ଷ ଧରି କୌଣସି ଗ୍ରାମକୁ ଯାଇନାହାନ୍ତି ଓ କୌଣସି ଗ୍ରାମକୁ କିଛି ମଧ୍ୟ ଅନୁଦାନ ଦେଇନଥିବା ଲୋକେ କ୍ଷୁବ୍ଧ ହୋଇ ପ୍ରକାଶ କରିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ