ଭଞ୍ଜନଗର, ୧୩/୧୧(ପିପିଟି): ଭଞ୍ଜନଗର ବ୍ଳକ ଢଡ଼ିହପଢାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିନୋଦିନୀ ଭୂୟାଁଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଦିବଙ୍ଗତ ବିଶ୍ବନାଥ ଭୂୟାଁଙ୍କ ପତ୍ନୀ ହୋଇଥିବା ବେଳେ ଜଣେ ଦକ୍ଷ ରାଜନୈତିଜ୍ଞ ଓ ମେଳାପୀ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ସେ ଗତ ୨୦୦୫ ମସିହାରୁ ୨୦୦୭ ପର୍ଯ୍ୟନ୍ତ ସରପଞ୍ଚ ରହିଥିବା ବେଳେ ଗତ ୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ ନାଏବ ସରପଞ୍ଚ ଦାୟିତ୍ବ ତୁଲାଇଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅନ୍ତିମ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ତାଙ୍କ ପୁଅ କୁଲୁ ଭୂୟାଁ,ସୁଜିତ ଭୂୟାଁଙ୍କ ସମେତ ସମସ୍ତ ପରିବାର ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ରହିଥିଲେ।
ରିପୋର୍ଟ୍ – ଜେ. କେ ପଟ୍ଟନାୟକ