ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳନ ।

0 157

ସୁବର୍ଣ୍ଣପୁର ,୦୧/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଜି ଉତ୍କଳ ଦିବସ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଅନୁଷ୍ଠାନ ର ସଭାପତି ଦୟାନିଧି ହୋତା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ। ଡ ଦ୍ବିତୀକୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସୋନପୁର ମହାରାଜା ବିରମିତ୍ରୋଦୟ ସିଂହଦେଓଙ୍କ ପ୍ରଚେଷ୍ଟାରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ଖୋଲାଯାଇଥିଲା ତେଣୁ ଓଡ଼ିଆ ଭାଷାର ସମ୍ପ୍ରସାରଣରେ ସୋନପୁର ର ଅବଦାନ ରହିଛି ବୋଲି କହିଥିଲେ । ଆଲୋଚନାରେ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ, ନାରାୟଣ ଦେହୁରୀ ,ସୁରୁ ସାହୁ, ଭଗବାନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଧର୍ମଦତ୍ତ ପାଢ଼ୀ ,ସତ୍ୟ ନାରାୟଣ ନାୟକ,ନିରଞ୍ଜନ ସେଠୀ, ଚମରା ମହାକୁର,ଧନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.