ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ପାଳନ ଅବସରରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ ” ଆୟୋଜିତ ।

0 0

ବ୍ରହ୍ମପୁର,୧୭/୦୨(ପିପିଟି): ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ବୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ଉଦ୍ଧେଶ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବ୍ରହ୍ମପୁର ମହାନଗର ନିଗମ ର ନୂତନ ସମ୍ମିଳନୀ କକ୍ଷରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ”ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ବିବେକ ରେଡ୍ଡୀ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା , ଆସିଷ୍ଟାଣ୍ଟ କମିଶନର ରୋନିତ କୁମାର, ପ୍ରାକ୍ତନ ଡେପୁଟି କମିଶନର ଆଦିତ୍ୟ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ସମସ୍ତ ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ସହ ସ୍ନେହ ଓ ସମ୍ମାନ କରିବା ବୋଲି କହିଥିଲେ । ଏହି ଆଲୋଚନା ଚକ୍ରର ବିଷୟ ରହିଥିଲା “ବରିଷ୍ଠ ନାଗରିକ ଆମ ବରିଷ୍ଠ ସମ୍ବଳ ” । ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଡ଼ ସଂଗୀତା ବାବୁ, ନମିତା ମହାପାତ୍ର ଓ ବିରୁପକ୍ଷ ଦାସ ଉପସ୍ଥିତ ଥିଲେ । ପ୍ରଥମ ସ୍ଥାନ ସୁଶାନ୍ତ କୁମାର ପଟ୍ଟନାୟକ, ଦ୍ୱିତୀୟ ଏମ୍ ରାଜୀବ ଓ ମିହିର କାନ୍ତ ମହାପାତ୍ର ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରୋନିତ କୁମାର ସେଠୀ ଓ ଦିନବନ୍ଧୁ ଶ୍ରିପଲଭ ।

ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.