ବନ ବିଭାଗ ଦ୍ଵାରା ୫୧ଟି କଇଁଛ ଉଦ୍ଧାର ୨ ଗିରଫ ।

0 219

ମାଲକାନଗିରି,୦୬/୧୧(ପିପିଟି):ମୋଟୁ ବନ କର୍ମଚାରୀମାନେ ଅବୈଧ କଇଁଛ ଚୋରି ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୫୧ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଏମପିଭି -୪୭ ଗ୍ରାମର ସୁରଜ ମଣ୍ଡଳ (୨୪) ଏବଂ ଏମଭି -୮୧ ଗ୍ରାମର ଜୟନ୍ତ ବାଛାଡ (୨୮) ।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ଓ ରାଜସ୍ବ କର୍ମଚାରୀମାନେ ମିଳିତ ଭାବେ ଏକ ଦଳ ଗଠନ କରି କାମାରଗୁଡା ଗ୍ରାମ ସେତୁ ନିକଟରେ ଛକି ରହିଥିବା ବେଳେ ସେହି ପଥ ଦେଇ ଏକ ମୋଟର ସାଇକେଲରେ ଅଖା ଦ୍ବାରା କଇଁଛ ଚାଲାଣ କରାଯାଉଥିବା ସନ୍ଦେହ ହେବାରୁ ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଅଠାରେ କଇଁଛ ଥିବାର ଜଣା ପଡିଥିଲା। ଏହି କଇଁଛ ଗୁଡ଼ିକୁ ଆନ୍ଧ୍ର ପ୍ରଦେଶର ୱେମୁଲାରାଇ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ଠାରୁ କ୍ରୟ କରାଯାଇଥିଲା। ଦୁଇ ଜଣ ଅଭିଯୁକ୍ତ ଡଙ୍ଗାରେ ନଈ ପାର ହୋଇ ଓଡ଼ିଶା ସୀମା ଅତିକ୍ରମ କରି, କୁର୍ସନପାଲ୍ଲୀ ଘାଟରେ ପହଞ୍ଚିଥିଲେ । ଦୁହେଁ ଉକ୍ତ କଇଁଛଗୁଡିକୁ ଅବୈଧ ଭାବରେ ଏମପିଭି -୪୭ ଗ୍ରାମକୁ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଠାରୁ ୫୧ଟି ଜୀବିତ କଇଁଛ (ପ୍ରାୟ ୧୬୦ କି.ଗ୍ରାମ) ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ହିରୋ ସ୍ପ୍ଲେଣ୍ଡର୍ ପ୍ରୋ ମୋଟର ସାଇକେଲ, ଗୋଟିଏ ମୋବାଇଲ,୨ଟି ଅଖା ଭର୍ତ୍ତି କଇଁଛ ଜବତ କରାଯାଇଛି।ଉଭୟ ଅଭିଯୁକ୍ତଙ୍କୁ ବନ୍ୟ ପ୍ରାଣୀ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁସାରେ ଗିରଫ କରାଯାଇ ଏମଭି -୭୯ କୋର୍ଟକୁ ଚାଲାଣ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.