ବନ କର୍ମଚାରୀଙ୍କ ଦ୍ୱାରା କଇଁଛ ଶିକାରୀ ଗିରଫ ,୧୮ କଇଁଛ ଉଦ୍ଧାର ।

0 267

ମାଲକାନଗିରି,୦୯/୦୮(ପିପିଟି) :ମୋଟୁ ବନାଞ୍ଚଳ ଅଧିନସ୍ଥ ସାବେରୀ ନଦୀରେ ମାଛ ଧରିବା ବନଶି କଣ୍ଟାରେ ଆହାର ଗୁନ୍ଥି ୧୮ ଗୋଟି କଇଁଛକୁ ଶିକାର କରି ଧରିବା ଘଟଣା ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଘଟିଥିବା ବେଳେ ଆଜି ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ ମୋଟୁ ବନପାଳ ମୂରଲୀଧର ଅନୁଗଳିଆ
ଏବଂ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ମୋଟୁ ବନ ବିଭାଗ ନେତୃତ୍ୱରେ ଏକ ମିଳିତ ଅଭିଯାନ କରି ସିଲେରୁ ନଦୀରେ ମାଛ ଧରିବା ପାଇଁ ବ୍ୟବହୃତ କଣ୍ଟା (ହୁକ୍) ଦ୍ୱାରା ୧୮ଟି ଭାରତୀୟ ଫ୍ଲାପଶେଲ କଇଁଛ ଶିକାର କରିଥିବା ଆସାମୀ କୁ ଗିରଫ କରିଥିଲେ । ଏହି କଇଁଛ ଗୁଡ଼ିକୁ ଶିକାର କରି
ଏମପିଭି-୮୧ ଗ୍ରାମକୁ ନେଇଯାଉଥିବା ବେଳେ ଅଭିଯୁକ୍ତକୁ ମୋଟୁ–କୋଣ୍ଟା ବ୍ରିଜର ନିକଟରେ ଗିରଫ କରାଯାଇଥିଲା।କଇଁଛ ଗୁଡିକୁ ପରିବହନ ପାଇଁ ବ୍ୟବହୃତ ଏକ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଛି।
ଏସିଏଫ ଶ୍ରୀମତୀ ମନସୁନ୍ ଖେମୁଣ୍ଡୁ ତଦନ୍ତ କଲା ପରେ ଏହାକୁ ଭାରତୀୟ ଫ୍ଲାପଶେଲ କଇଁଛ ଶିକାର ଏବଂ ଅବୈଧ ବ୍ୟବସାୟ ମାମଲା ବୋଲି ନିଶ୍ଚିତ କରିଛନ୍ତି। ଅଭିଯୁକ୍ତ ଏମପିଭି-୮୧ ଗାଁର ବିପନ ରାୟ ବନ୍ୟଜୀବ ସୁରକ୍ଷା ଅଧିନିୟମ ଉଲ୍ଲଂଘନ, ସେଡୁଲ -୧ ପ୍ରଜାତିର ଶିକାର ଏବଂ ବ୍ୟବସାୟ ସମ୍ମିଳିତ ମାମଲା ରୁଜୁ କରାଯାଇ ଆଜି ୭୯ ଜେଏମସି କୋର୍ଟକୁ ଚାଲାଣ କରାଯାଇଛି।

(ରିପୋର୍ଟ; ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.