ବନ କର୍ମଚାରୀଙ୍କ ଦ୍ବାରା ୧୮ଟି ବାଘ ନଖ,୬ଟି ଦାନ୍ତ ଜବତ, ଜଣେ ଗିରଫ

0 381

ମାଲକାନଗିରି,୦୫/୦୧(ପିପିଟି): ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଜଣେ ଅଭିଯୁକ୍ତ ସାଲିମ ବଜାରରେ ବାଘ ନଖ,ଦାନ୍ତ ଓ ତେଲ ବିକ୍ରୟ କରୁଥିବା ବେଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,ଗତ ୩.୧.୨୦୨୪ ତାରିଖ ଦିନ
ମାଥିଲି ବନାଞ୍ଚଳ ଅନ୍ତର୍ଗତ ସାଲିସ ହାଟରେ ରବି ଶବର (୨୦)
ନାମକ ଜାଣେ ଯୁବକ ବାଘ ନଖ ,ବାଘ ଦାନ୍ତ ଏବଂ ବାଘ ତେଲ ବିକ୍ରୟ କରୁଥିବା ବଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଥିଲି ବନକର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ନିକଟରୁ ୧୮ଟି ବାଘ ନଖ ,୬ ଟି ବାଘ ଦାନ୍ତ ଏବଂ ୫୦୦ ମିଲି ଗ୍ରାମ ବାଘ ତେଲ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଥିଲେ। ଅଭିଯୁକ୍ତ ନାମରେ ୧୯୭୨ ବନ୍ୟ ପ୍ରାଣୀ ସୁରକ୍ଷା ଅଧିନିୟମ ଧାରା ୩୯,୪୪,୪୮(କ),୪୯(କ),୪୯(ଖ ) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।ରବି ଶବର ବାପା ଦିପୁ ଶବର ଙ୍କ ଘର ନବରଙ୍ଗପୁର ସଦରମହକୁମା ସ୍ଥିତ ମଏଦ୍ରଇ ସାହିରେ ବୋଲି ଜଣାପଡିଛି। ତେବେ ଏମାନେ ଯାଯାବର ସଂପ୍ରଦାୟର ବ୍ୟକ୍ତି ବିଶେଷ । ବିଭିନ୍ନ ସ୍ଥାନକୁ ବୁଲି ବୁଲି ଚେରମୂଳି ବ୍ଯାପର କରିଥାନ୍ତି। ପ୍ରାଥମିକ ଅନୁସନ୍ଧାନ ପରେ ତାଙ୍କୁ ଜେଏଫଏମ କୋର୍ଟ ମାଥିଲିଙ୍କ ନିକଟରେ ହାଜର କରାଯାଇଥିଲା ବେଳେ ମାନ୍ୟବର ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ବର୍ତ୍ତମାନ ଜେଲ୍ କୁ ପଠାଯାଇଛି । ଏହି ଚଢ଼ାଉରେ ବନପାଳ ଦିବାକର ଜେନା, କୈଳାସ ଚନ୍ଦ୍ର ମହାରଣା ଏବଂ ଅନ୍ୟମାନେ ଯୋଗଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.