ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ।

0 228

ମାଲକାନଗିରି, ୧୨/୦୬(ପିପିଟି):ବନ୍ୟାବାତ୍ୟାର ମୁକାବିଲା ପାଇଁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ୍ ଟପ୍ ଏକସରସାଇଜ ଏବଂ ମକଡ୍ରିଲ ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୮ ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ୍ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ୍ ଟପ୍ ଏକସରସାଇଜ ଏବଂ ୧୯ ତାରିଖରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଜୀବନକୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟକୁ ସାକାର କରିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଜରୁରୀ କାଳିନ ବିଭାଗ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ତହସିଲଦାର, ଅଗ୍ନିଶମ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, କୃଷି, ସ୍ବାସ୍ଥ୍ୟ ସମେତ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକକୁ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.