ବେଲଗୁଣ୍ଠା,୧୪/୦୧(ପିପିଟି):ତାରାସିଂ ଥାନା କୁଡୁତାଇ ଗ୍ରାମର ଦୁଇଟି ଘରୁ ଲକ୍ଷାଧିକ ଟଙ୍କା ର ଅଳଙ୍କାର ଲୁଟ ହୋଇଛି । କୁଡୁତାଇ ହରି ନାୟକ ଙ୍କ ଘରେ ପଡୋଶୀ ରେ ଭଡାକୁ ରହୁଥିବା ଶିକ୍ଷକ ଗଗନ ବିହାରୀ ଦାଶ ଙ୍କ ଘରୁ ରବିବାର ରାତି ରେ କିଛି ଦୁର୍ବୁର୍ତ୍ତ ଦାଣ୍ଡପଟୁ କବାଟ ତାଡି ଘରେ ପଶି ପେଢି , ଆଲମାରୀ, ତାଲା ଭାଙ୍ଗି ସବୁ ଫିଙ୍ଗା ଫୋପଡା କରି କେବଳ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି । ଗଗନ ବିହାରୀଙ୍କ ଘରୁ ଗୋଟିଏ, ସୁନାହାର, କାନର, ପୁଅର ପଦକ ଆଦି ଚୋରି ହୋଇଛି ଯାହାର ମୂଲ୍ୟ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ହେବ । ସେହିପରି ଘର ମାଲିକ ହରି ନାୟକ ଙ୍କ ଘରୁ ମଧ୍ୟ ସୁନା, ରୁପା ଓ ନଗଦ ଟଙ୍କା ଚୋରି ହୋଇଛି । ଗତ କିଛି ଦିନ ହେଲା ଉଭୟ ପରିବାର କିଛି କାମରେ ବାହାର କୁ ଚାଲି ଯାଇଥିବା ବେଳେ ଘରେ ତାଲା ପଡି ବନ୍ଦ ଥିଲା । ଆଜି ଦିନବେଳେ କବାଟ ଖୋଲା ଥିବା ବେଳେ ଘରେ କେହି ନଥିବାରୁ ସାହି ପଡୋଶୀ ଦେଖି ଫୋନ କରି ଜଣାଇବା ପରେ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ପରିବାର ଲୋକ ପଂହଁଚି ଦେଖିଛନ୍ତି । ଗଗନ ବିହାରୀ ଙ୍କ ଘର କଟକ ରେ ସେ ଏଠାରେ ଶିକ୍ଷକତା କରୁଛନ୍ତି । ପ୍ରାୟ ୧୦ ବର୍ଷ ହେଲା ଏହି ଘରେ ଭଡାକୁ ରହି ଆସୁଛନ୍ତି ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା