ବନ୍ଦୀ ସାଜିଲେ ବର, କାରାଗାର ହେଲା ବିବାହ ମଣ୍ଡପ ।

0 282

କୋଦଳା,୨୭/୦୪(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାର ପରିସର ରେ ଥିବା ହନୁମାନ ମନ୍ଦିରରେ ଆଜି ଏକ ନିଆରା ବାହାଘର ଦେଖିବାକୁ ମିଳିଥିଲା । ବ୍ରାହ୍ମଣର ମନ୍ତ୍ରଧ୍ୱନି ସହିତ ଶଙ୍ଖ,ହୁଳହୁଲି ଶବ୍ଦରେ ବିବାହ କାର୍ଯ୍ୟ ସମାପନ ହୋଇଥିଲା । କନ୍ୟାପକ୍ଷ ଏବଂ ବରପକ୍ଷଙ୍କ ସହମତିରେ ଏହିକାର୍ଯ୍ୟ ସମାପନ ହୋଇଥିଲା । ସୂଚନା ପ୍ରକାରେ ୨୦୨୪ ନଭେମ୍ବର ମାସରେ ପୋଲସରା ଥାନା ଗୋଛାବାଡି ଗ୍ରାମର ସୂର୍ଯ୍ୟକାନ୍ତ ବେହେରା ପୋଲସରା ପାଟଣା ସାହିର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କୋଦଳା କରାଗାର ଠାରେ ବନ୍ଦୀ ଭାବେ ରହିଥିଲେ । କିନ୍ତୁ ଦଣ୍ଡାଦେଶ ପୂର୍ବରୁ ଉଭୟ ପକ୍ଷଙ୍କ ଆଲୋଚନା, ପର୍ଯ୍ୟାଲୋଚନା ପରେ ସହମତି ପ୍ରକାଶ କରି ଉଭୟ ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇ,ଜୈଲ ସୁପରିଟେଣ୍ଡେଣ୍ଟ ତରଣୀ ସେନ ଦେଉରିଙ୍କ ପରାମର୍ଶ ନେଇ ଆଜିର ଏହି ଶୁଭ ବିବାହ କାର୍ଯ୍ୟ ସମାପନ ହୋଇଥିଲା । ଏମିତି ଘଟଣା ବିଭିନ୍ନ ବର୍ଗଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଅତିଥି ଭାବେ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର, ନୀଳମଣି ପଣ୍ଡା,ସବ ଜେଲର ବିରଞ୍ଚି ସାମଲଙ୍କ ସମେତ ଜେଲ କର୍ମକର୍ତ୍ତା ଯୋଗଦେଇ ବର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.