ପୋଲସରା,୧୫/୦୯ (ପିପିଟି) : ପୋଲସରା ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତ ରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ସ୍ଥାନୀୟ ପଞ୍ଚାୟତ ଜନସାଧାରଣ ମାନେ ଶିବିର ରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ ।ଏଥିରେ ମୋଟ ୧୦୬ ଜଣ ମହିଳା ଓ ପୁରୁଷ ନିଜର ନାମ ପଞ୍ଜିକରଣ କରିଥିଲେ ।ଏହି ଜନଶୁଣାଣୀ ରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା ଲାଗି ଅଭିଯୋଗ ପତ୍ର ଆସିଥିଲା । ଶିବିରରେ ୬ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସଙ୍ଗେ ସଙ୍ଗେ ଖାଉଟି କାର୍ଡ ବିଡ଼ିଓ ମହାପାତ୍ର ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ଅନ୍ୟାନ୍ୟ ଛୋଟ ମୋଟ ସମସ୍ୟା କୁ ନେଇ ଅଭିଯୋଗ ଆସିଥିଲା ଦିବ୍ୟାଙ୍ଗମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ତହସିଲଦାର ଦିପ୍ତିମୟୀ ପାତ୍ର, ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ସାହୁ, ଥାନାଧିକାରୀ କୌଶିକ ମାଝୀ, ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ସିଡିପିଓ ତିଲୋତମା ରାଉତ, ଏବିଇଓ ସୁବାସିନି ତ୍ରିପାଠୀ ଧନେଇ ଜଳ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୀବ ପଣ୍ଡା, ଉଦ୍ୟାନ ଅଧିକାରୀ ଦିପ୍ତିମୟୀ ବାସନ୍ତୀୟା,ବନ୍ଥପଲି ସରପଞ୍ଚ ପବିତ୍ର ରାଉତ, ପିଇଓ ଭଗବାନ ବେହେରା, କିଶୋର ସାହୁ, ପ୍ରବୀଣ ଗୌଡ଼ ସମେତ ବିଭିନ୍ନ ବିଭାଗର କର୍ମଚାରୀ ସମେତ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା