ଭଞ୍ଜନଗର, ୨୭/୧୨(ପିପିଟି) : ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଲାଲ ସିଂ ସ୍ଥାୟୀ ଚାରା ଉତ୍ପାଦନ ତାଲିମ କେନ୍ଦ୍ର ଠାରେ ବନାଗ୍ନି ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମନିତ ଅତିଥି ଭାବେ ଡ଼ିଏଫଓ ସୁଦର୍ଶନ ବେହେରା, ଏସିଏଫ ବିକ୍ରମଦେଵ ପଟ୍ଟନାୟକ,ସୁବ୍ରତ ପାତ୍ର,ଅଗ୍ନିଶମ ଅଧିକାରୀ ସମୀର କୁମାର ବିଶ୍ବାଳ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୂଳପାଣି ଶତପଥୀ ଓ ଅନୁପମ ବାନାର୍ଜୀ ମଞ୍ଚରେ ଉପସ୍ଥିତ ଥିଲେ।ବିଶେଷ କରି ଗ୍ରୀଷ୍ମ ଋତୁରେ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ବନ ବିଭାଗ ପାଇଁ କଠିନ ପରୀକ୍ଷାର ସମୟ ହୋଇଥାଏ। ଜାନୁଆରୀ ଠାରୁ ଜୁନ ମାସ ମଧ୍ୟରେ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥାଏ।ଫଳରେ ନିଆଁ ବହୁ ଗଛରେ ଲାଗିବା ସହ ବ୍ୟାପି ବହୁ ମୂଲ୍ୟବାନ ଜଙ୍ଗଲ ପୋଡ଼ି ନଷ୍ଟ ହୋଇ ଯାଇଥାଏ।ତେଣୁ କିଭଳି ଏହି ସମୟରେ ନିଆଁକୁ ଆୟତ୍ତ କରି ଜଙ୍ଗଲକୁ ସୁରକ୍ଷିତ ରଖିବା ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଭିଏସଏସ, ରେଞ୍ଜ ଅଫିସର,ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)