ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ।

0 194

ଭୁବନେଶ୍ବର,୨୭/୦୧(ପିପିଟି): ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚ, ଡେ-କେୟାର ସେଣ୍ଟର ପରିସର ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମଞ୍ଚର ଉପଦେଷ୍ଟା ମିଳିତ ଭାବରେ ବରିଷ୍ଠ ପ୍ରଶାସକ କୃଷ୍ଣଚନ୍ଦ୍ର ବଡ଼ୁ ଏବଂ କାଶୀନାଥ ସାହୁ ମହୋଦୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ମଞ୍ଚର ସଂପାଦକ କାମଦେବ ରଣସିଂହ ମଞ୍ଚ ପରିଚାଳନା ସହିତ ସ୍ଵାଗତଭାଷଣ ପ୍ରଦାନକରିଥିଲେ। ସ୍ଥାନୀୟ କର୍ପୋରେଟର ଶିଵ ନାରାୟଣ ରାୟ ପରିବେଶ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ।ଉପସଭାପତି ରବିନ୍ଦ୍ରନାଥ ସେନାପତି ମହାପୁରୁଷମାନଙ୍କୁ ମନେପକାଇ ସେମାନଙ୍କର ଜୟଗାନ ଧ୍ଵନି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେନ୍ଦ୍ର କୁମାର ନରେନ୍ଦ୍ର ସିଂ ବର୍ମା, ମାନସ ରଞ୍ଜନ ପଟ୍ଟନାୟକ,ବଂଶୀଧର ପଣ୍ଡା,ପଦ୍ମନାଭ ଷଢଙ୍ଗୀ,ଶଙ୍କର ସାହୁ, ବିଷ୍ଣୁ ଚରଣ ପ୍ରଧାନ,ଶଙ୍କର ମହାପାତ୍ର, କୃଷ୍ଣ ପ୍ରିୟା ଦାସ,ବସନ୍ତ ନାୟକ,ରବିନ୍ଦ୍ର କୁମାର ଦାଶ,ଚିତ୍ରସେନ ବିଶୋଇ, ପ୍ରତାପ ମିଶ୍ର,ବାଇଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସମସ୍ତଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.