ବଣୁଆ ହାତୀ ଆକ୍ରମଣରେ ଜଣେ ମୃତ ।

0 119

ସମ୍ବଲପୁର,୨୨/୧୧: ସମ୍ବଲପୁର ଜିଲା ପଡିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଜାମଲୋଇ ଗ୍ରାମ ନୂଆବନ୍ଧ ନିକଟରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ନେଇ ସୂଚନା ମିଳିଛି । ଏହି ଘଟଣାରେ ଜାମଲୋଇ ଗ୍ରାମର ୩୮ ବର୍ଷିୟ ପୁର୍ଣ୍ଣଚନ୍ଦ୍ର ଦେହୁରୀ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତିରେ ଜାମଲୋଇ ଗ୍ରାମ ପଟକୁ ବଣୁଆ ହାତୀପଲ ଆସିଥିବା ସୁଚନା ମିଳିବା ପରେ ଗ୍ରାମବାସୀ ମାନଙ୍କ ସ‌ହ ପୁର୍ଣ୍ଣଚନ୍ଦ୍ର ମଧ୍ୟ ହାତୀ ଘଉଡ଼ାଇବା ପାଇଥିବା ବେଳେ ତାଙ୍କର ଆଉ କୋୖଣସି ସନ୍ଧାନ ମିଳିନଥିଲା। ତେବେ ଶୁକ୍ରବାର ସକାଳ ୬ ଟା ସମୟରେ ତାଙ୍କ ମୃତଦେହ ଜାମଲୋଇ ଗ୍ରାମ ନୂଆବନ୍ଧ ନିକଟରେ ପଡ଼ିଥିବା ଅଞ୍ଚଳବାସିନ୍ଦା ଦେଖିଥିଲେ। ବଣୁଆ ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି।

Leave A Reply

Your email address will not be published.