ବଣାଇଁ ପି ଏ ଆଇଟିଡିଏ ଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ।

0 214

ବଣାଇ,୩୦/୦୧:ଆଜି ସକାଳୁ ବଣାଇ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶୀ ସାହୁ,(ଓଡିଶା ମଙ୍ଗଳ ସେବା) ଙ୍କ ବଣାଇଁ ସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ଵର,ବାଲେଶ୍ଵର,ଯାଜପୁର, ଅଞ୍ଚଳର ସାତଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଚାଲିଛି । ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ତଦନ୍ତ ଚାଲିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଅତିରିକ୍ତ ଏସ୍.ପି, ୩ ଜଣ ଡିଏସପି ଙ୍କ ନେତୃତ୍ୱରେ ଏକକାଳୀନ ସମସ୍ତ ସ୍ଥାନରେ ଘର ତଲାସି କରାଯାଉଛି। ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ,ସୁନ୍ଦରଗଡ଼ଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଏବଂ ବଣାଇଁ ସମେତ ୭ ଟି ସ୍ଥାନରେ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦ୍ଵାରା ଚଢାଉ ଜାରି ରହିଛି । ତନ୍ମଧ୍ୟରୁ ଦୁଇ ମହଲା ବିଶିଷ୍ଟ ଆବାସିକ କୋଠା ଶ୍ରୀରାମ ନଗର, ପୁରୁଣା ସହର, ପ୍ଲଟ ନମ୍ବର 1813/3941,ମୌଜା- ୟୁନିଟ୍- ୨୭, ଭୁବନେଶ୍ୱର, ଫ୍ଲାଟ୍ ନମ୍ବର ୩୦୪, ତୃତୀୟ ମହଲା, ଭଗବାନ ଟାୱାର, ଲକ୍ଷ୍ମୀସାଗର, ଭୁବନେଶ୍ୱର। ଫ୍ଲାଟ୍ ନମ୍ବର ୪୦୨, ଚତୁର୍ଥ ମହଲା, EVOS ଗାଲାକ୍ସି, ୟୁନିଟ୍ ୩, ଖାରବେଳନଗର, ଭୁବନେଶ୍ୱର। ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ୍ ନମ୍ବର ୩୦୨, ଏସ୍. ଏନ୍. ସେନ୍ ରୋଡ୍,ବାଲେଶ୍ୱର । ଯାଜପୁର ଟାଉନରେ ତାଙ୍କ ସମ୍ପର୍କୀୟଙ୍କ ଘର,ଯାଜପୁର। ସୁନ୍ଦରଗଡ଼ ଜିଲ୍ଲା,ବଣାଇଁରେ ତାଙ୍କ ସରକାରୀ ବାସଭବନ। ସୁନ୍ଦରଗଡ଼ ଜିଲ୍ଲା, ବଣାଇଁରେ ତାଙ୍କ କାର୍ଯ୍ୟାଳୟ, ଆଇଟିଡିଏ ଇତ୍ୟାଦି ସ୍ଥାନରେ ଏକକାଳୀନ ତଦନ୍ତ ଚାଲିଛି ।

ଏବେ ବିଶ୍ଵଦର୍ଶୀ ସାହୁଙ୍କ ବାସଭବନରେ ତଦନ୍ତ ସାରି ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ବଣାଇଁ ଆଇଟିଡିଏ କାର୍ଯ୍ୟାଳୟ ରେ ତାଙ୍କୁ ଧରି ପହଞ୍ଚିଛନ୍ତି, ଭିତରକୁ ନେବା ସମୟରେ ପ୍ରକଳ୍ପ ପ୍ରଶାସକ ତାଙ୍କର ସମସ୍ତେ ଚାକିରି କରନ୍ତି ଏ ସବୁ କିଛି ନୁହେଁ ବୋଲି କହି ଗଣମାଧ୍ୟମ କୁ ଏଡ଼ାଇ ଯାଇଛନ୍ତି । ଯଦିଓ ଭିଜିଲାନ୍ସ ବିଭାଗ ସ୍ପଷ୍ଟ ଭାବେ କିଛି ସୂଚନା ଦେଇନାହିଁ କିନ୍ତୁ ପ୍ରାଥମିକ ତଦନ୍ତରୁ ଆୟ ବହିର୍ଭୂତ ସମ୍ପତ୍ତିର ବିରାଟ ତାଲିକା ଓ କିଛି ନଗଦ ଅର୍ଥ ସହ ସୁନା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଥିବା ଜଣା ପଡିଛି । ପ୍ରକଳ୍ପ ପ୍ରଶାସକ ଭାବେ ବିଶ୍ଵଦର୍ଶି ସାହୁ ବିଗତ ୨୦୨୨ ମସିହା ମାର୍ଚ୍ଚ ମାସରୁ ବଣାଇଁ ରେ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ପ୍ରକଳ୍ପ ପ୍ରଶାସକ ଭାବେ ଅବସ୍ଥାପିତ ଅଛନ୍ତି । ତାଙ୍କ ସମ୍ୟକ ପ୍ରତିକ୍ରିୟାରେ ସେ ନିର୍ଦୋଷ ଓ ତାଙ୍କର କୋଡ଼ିଏ ବର୍ଷ ଚାକିରି ସହିତ ପରିବାର ରେ ଅନେକ ଚାକିରିଆ ଥିବା ଓ ବ୍ୟବସାୟୀ ଥିବା ଉପରେ ଟିପ୍ପଣୀ ଦେଇ ଖସିବାକୁ ଚେଷ୍ଟା କରୁଛନ୍ତି। ଅପରପକ୍ଷେ ସମ୍ପୂର୍ଣ୍ଣ ତଥ୍ଯ ହାସଲ ପରେ ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରଣ୍ଟ ଜାରି କରିଥିବାରୁ ଏକପ୍ରକାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ର ବାସ୍ତବତା ସମୂର୍ଣ୍ଣ ତଦନ୍ତ ପରେ ଜଣାପଡିବ ବୋଲି ବୁଦ୍ଧିଜିବୀ ମତ ଦେଇଛନ୍ତି ।

Leave A Reply

Your email address will not be published.