ବଢୁଛି ରୌଦ୍ରତାପ, ଖୋଲୁନି ଜଳଛତ୍ର, କୁମ୍ଭକର୍ଣ୍ଣ ନିଦ୍ରାରେ ବୋଲଗଡ ଜଳ ଯୋଗାଣ ବିଭାଗ।

0 125

ବୋଲଗଡ,୨୬/୦୩(ପିପିଟି): ଗ୍ରୀଷ୍ମ ଋତୁ ଆରମ୍ଭରୁ ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦିନ ୧୦ଟା ହେଲେ ବିଭିନ୍ନ କାର୍ଯ୍ୟନେଇ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ରୌଦ୍ରତାପ ପ୍ରଭାବରେ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ଆରମ୍ଭ ହେଉଛି । ଦିନବେଳା ୧୦ଟା ପରେ ରୌଦ୍ରତାପରେ ରାସ୍ତା ଘାଟ ଜନ ଶୂନ୍ୟ ପାଲଟି ଯାଉଛି।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜଳ ଯୋଗାଣରେ ବିଭିନ୍ନ ଜନ ହିତକର ଯୋଜନା କରିବା ସହିତ ଗାଁ କଲ୍ୟାଣ ସମିତି ପକ୍ଷରୁ ଜଳଛତ୍ର ଖୋଲିବା ବ୍ୟବସ୍ଥା ଥିବାବେଳେ ଆଜି ପର୍ଯ୍ୟନ୍ତ ଜଳଛତ୍ର ନଖୋଲିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି ।ଏହାର ବ୍ୟତିକ୍ରମ ବୋଲଗଡ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି।ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ବାଟୋଇ ପାଣି ମୁନ୍ଦେପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଖରାରେ ଯାତାୟାତ ସମୟରେ ପିଇବା ପାଣିର ଅଭାବ ହେତୁ ଅଂଶୁଘାତ ହେବାର ଆଶଙ୍କା ରହିଛି।l ବୋଲଗଡ ବ୍ଲକ ଅଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଥିବା ବେଳେ କେବଳ ଦିନ ଯାକରେ ଗୋଟିଏ ଥର ୧ଘଣ୍ଟା ଜଳ ଯୋଗାଣ କରିବା ଯଥେଷ୍ଟ ନୁହେଁ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଅଛନ୍ତି । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ନଳକୂପ ଖାନନରେ ସଂଖ୍ୟା କମିଅଛି । ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତି ଛକରେ ଜଳ ଛତ୍ର ଖୋଲିବା ,ପାନୀୟ ଜଳ ଯୋଗାଣ ସମୟ ବୃଦ୍ଧିକରିବା ସହିତ ଦିନକୁ ୩ଘଣ୍ଟା ଜଳ ଯୋଗାଣ କରିବା ଓ ବିଭିର୍ଣ୍ଣ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୋଲଗଡ ବ୍ଲକ ଅଂଚଳର ସମସ୍ତ ଜନ ସାଧାରଣ ମାନେ ଦୃଢ଼ ଦାବି କରିଅଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.