ଭଞ୍ଜନଗର, ୨୬/୧୨(ପିପିଟି) : ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଠାରେ ସ୍ଥାନୀୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଭବନ ଗୃହର ଶୁଭ ଉଦଘାଟନ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଆରୁଖ, ସମ୍ମାନିତ ଅତିଥି ରୂପେ ବିଜେଡ଼ି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସାଂସଦ ପ୍ରତିନିଧି ଦିବାକର ନାୟକ, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ।ଦୀର୍ଘ ଦିନ ଧରି ବଡ଼ କୋଦଣ୍ଡା ଅଞ୍ଚଳରେ ସାମାଜିକ କାର୍ଯ୍ୟ, ଭୋଜିଭାତ ନିମନ୍ତେ ଏକ କଲ୍ୟାଣ ମଣ୍ଡପର ଆବଶ୍ୟକତା ଥିବାରୁ ଏହାକୁ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ପ୍ରଚେଷ୍ଟାରେ ୫୦ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ଓ ମହିଳାମାନଙ୍କ ନିମନ୍ତେ ୭ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି।ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନାରେ ସ୍ଥାନୀୟ ଅଞ୍ଚଳର ବିକାଶ ହୋଇ ପାରିଛି।ତେଣୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଉନ୍ନତି ସକାଶେ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅର୍ଥ ଯୋଗାଇ ଦେଇ ଆସିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ।ଏଥିରେ ବହୁ ବିଜେଡ଼ି ନେତୃବୃନ୍ଦ ଓ ସମର୍ଥକ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)