ହିଞ୍ଜିଳିକାଟୁ,୦୨/୧୦(ପିପିଟି): ଆଜି ସ୍ଥାନୀୟ ଅଞ୍ଚଳର ଘଟିଥିବା ଚୋରି ଘଟଣାରେ ହିଞ୍ଜିଳି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଶେରଗଡ ଥାନା ଅନ୍ତର୍ଗତ ଠୁରୁବୁରାଇ ଗ୍ରାମର କାହ୍ନୁ ଚରଣ ସାହୁ (୩୦),ହିଂଜିଳି ଥାନା ବଇଞ୍ଚବଣିଆର ଦୟାନିଧି ପାଣିଗ୍ରାହୀ(୨୫),ଶେରଗଡ ଥାନା କୁରୂଳା ଗ୍ରାମର ସୁନୀଲ ପାଢ଼ୀ (୩୪),ଶେରଗଡ ଥାନା ଠୁରୁବୁରାଇ ଗ୍ରାମର ରାଧା ଗୋବିନ୍ଦ ସ୍ୱାଇଁ ଓରଫ କାଳିଆ(୨୨),ହିଂଜିଳି ଥାନା ପୋଡ଼ଙ୍ଗୀ ଗ୍ରାମର ବାବୁଲା ସ୍ୱାଇଁ(୫୧), ହିଂଜିଳି ଥାନା ବାଇଞ୍ଚବଣୀଆ ସ୍ତିତ ନେତାଜୀ ମାର୍ଗର ମନୋଜ କୁମାର ସାହୁ(୫୪) । ସୂଚନା ଥାଉକି ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବଡ଼ଖଣ୍ଡି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗୁରୁତ୍ୱପୂର୍ଣ ସାମଗ୍ରୀ ସହ ବିଭିନ୍ନ ବହୁମୂଲ୍ୟ ଇଲୋଟ୍ରୋନିକ୍ସ ସାମାନ ଚୋରି ହୋଇଥିବା ଘଟଣା ନେଇ ରାଜସ୍ୱ ନିରୀକ୍ଷକ ଗତ ୧୦ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ ଦେଇଥିଲେ । ଏ ନେଇ ହିଞ୍ଜିଳି ଥାନା ପୋଲିସ ୪୮୭/୨୧ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବାପାଇଁ ଜୋରଜାର ପ୍ରୟାସ ଜାରି ରଖିଥିଲା । ଶନିବାର କୌଣସି ସୂତ୍ରରୁ ଖବର ପାଇ ହିଂଜିଳି ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ଥିଲେ । ପରେ ସେମାନଙ୍କୁ ପଚାରା ଉଚରା କରି ସେମାନଙ୍କ ଠାରୁ ବହୁ ତଥ୍ୟ ସଂଗ୍ରହ କରି ଚୋରି ସାମଗ୍ରୀର ଠିକଣା ପାଇଥିଲା । ବିଭିନ୍ନ ସ୍ଥାନରୁ ଚୋରି କରିଥିବା ମଧ୍ୟ ଅଭିଯୁକ୍ତ ମାନେ ପ୍ରକାଶ କରିଥିଲେ । ଚୋରି ହୋଇଥିବା ସାମଗ୍ରୀକୁ ହିଂଜିଳି ପୋଲିସ ଠାବ କରି ହିଂଜିଳି ଥାନାକୁ ଆଣିଥିଲେ । ଉକ୍ତ ସାମଗ୍ରୀ ଗୁଡିକ ଅଭିଯୁକ୍ତ କାହ୍ନୁ ସାହୁଙ୍କ ଘରୁ ଗୋଟିଏ ଭାରତ ଗ୍ୟାସ ସିଲିଣ୍ଡର, କେନନ ଓ ଲେଜର ୨ଟି ପ୍ରିଣ୍ଟିଙ୍ଗ ମେସିନ୍,ଦୁଇଟି ପାଣି ପମ୍ପ ମୋଟର, ଗୋଟିଏ ଲାପଟପ,ପ୍ରିଣ୍ଟିଙ୍ଗ ପପେର ପକେଟ, ଗୋଟିଏ ହାଇସ୍ପିଡ଼ ଷ୍ଟାଣ୍ଡ ଫେନ, ଗୋଟିଏ ଲଗେଜ ବ୍ୟାଗ , ବାହାରିଥିବା ବେଳେ ଦୟାନିଧି ପାଣିଗ୍ରାହୀଙ୍କ ଘରୁ ପ୍ରିଣ୍ଟର ମସିନ ଗୋଟିଏ,ଲାପଟପ ଗୋଟିଏ, ଇନଭଟର ସହ ଗୋଟିଏ ବ୍ୟାଟେରୀ , ଗୋଟିଏ କିରୋସିନ ମୋଟର ପମ୍ପ ବାହାରିଥିଲା ଏବଂ କାଳିଆଙ୍କ ଘରୁ ୨ଟି ପାଣି ପମ୍ପ,ସୁନୀଲ ପାଢ଼ୀ ଘରୁ ଗୋଟିଏ କେନନ ପ୍ରିଣ୍ଟର ମସିନ , ଆରଏମସି ଛକ ବାବୁଲା ସ୍ୱାଇଁ ସ୍କାରପ ସେଣ୍ଟର ରୁ ଏକ ପାଣି ମୋଟର , ମନୋଜ କୁମାର ସାହୁ ସ୍କାରପ ସେଣ୍ଟରରୁ ଗୋଟିଏ ପାଣି ପମ୍ପ ,ଦୟାନିଧି ପାଣିଗ୍ରାହୀ ଓ କାହ୍ନୁ ସାହୁଙ୍କ ନିକଟରୁ ଏକ ଟିଭିଏସ ଏକ୍ସ ଏଲ ଗାଡି ମିଳିଥିବା ଏକ ପ୍ରେସ ମିଟ୍ ରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ଉପଖଣ୍ଡ ପୋଲିସ ଅଧିକରୀ ଉମା ଶଙ୍କର ସିଂ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)