ବଜ୍ରାଘାତରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ବିଧାୟକ ।

0 242

ଭଞ୍ଜନଗର, ୨୭/୦୭(ପିଟିଟି):ଗତ ୨୩ତାରିଖ ଅପରାହ୍ଣ ସମୟରେ ଭଞ୍ଜନଗର ସମେତ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ବଜ୍ରାଘାତ ସହ ପ୍ରବଳ ବର୍ଷା ହୋଇଥିଲା।ଯାହା ଫଳରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଲାଡ଼ି ଗ୍ରାମର ସନ୍ତ ବିଶ୍ୱାଳ (୪୭) ନାମକ ଜଣେ ମହିଳା ଗ୍ରାମ ନିକଟ ଜମିରେ ଅନ୍ୟମାନଙ୍କ ସହିତ କାମ କରୁଥିବା ବେଳେ ହାଠାତ୍ ବଜ୍ରପାତରେ ତାଙ୍କ ଶରୀରର ଅନେକ ସ୍ଥାନ ପୋଡ଼ି ଯିବାରୁ ଗୁରୁତର ଅବସ୍ଥାରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଏଭଳି ଦୁଃଖଦ ସମୟରେ ଆଜି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୃତ ମହିଳାଙ୍କ ଗ୍ରାମରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି।ଏଥିସହ କିଛି ଆର୍ଥିକ ସହାୟତା ଏବଂ ଅତିଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକ ଶ୍ରୀ ନାୟକଙ୍କ ସହ କୁବେର ପ୍ରଧାନ ଓ ସ୍ଥାନୀୟ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.