ବୋଲଗଡ଼,୦୧/୦୭(ପିପିଟି): ଆଗ ଭଳି ବର୍ତ୍ତମାନ ସମୟରେ ତାଳଗଛ ବହୁଳ ପରିମାଣରେ ହ୍ରାସ ପାଇଛି କିନ୍ତୁ ସମୟ ଥିଲା ଗ୍ରାମାଞ୍ଚଳ ର ପୋଖରୀ ହୁଡା,ବିଲହିଡ, ଖୋଲା ସ୍ଥାନ ଓ ବାରିମାନଙ୍କରେ ପ୍ରଚୁର ପରିମାଣରେ ତାଳ ଗଛ ଦେଖିବାକୁ ମିଳୁଥିଲା। ଗ୍ରାମରେ ତାଳଗଛ ଥିଲେ ଗ୍ରାମର ସୌନ୍ଦର୍ୟ୍ୟକୁ ମନୋରମ କରିଥାଏ। କିନ୍ତୁ ଦୁର୍ବିପାକ ଓ ଅସନ୍ତୁଳିତ ପରିବେଶ ପାଇଁ ଆଗ ଭଳି ତାଳ ଗଛ ଦେଖିବାକୁ ମିଳୁନାହିଁ। ଏହି ତାଳଗଛ ବଜ୍ରପାତ କୁ ରକ୍ଷାକରିବା ସହ ତାର ଚେର ମୃତିକା ସଂରକ୍ଷଣରେ ସାହାଯ୍ୟ କରିଥାଏ। ଏବଂ ଖରାଦିନେ ତାଳ ସଜ ଭଳି ଖାଦ୍ୟ ଯୋଗାଇବା ସହିତ ପାଚିଲା ତାଳର ରସ ବାହାର କରି ବିଭିନ୍ନ ପ୍ରକାରର ପିଠା ତିଆରି କରି ଖାଦ୍ୟ ରୁପେ ଗ୍ରହଣ କରାଯାଇଥାଏ। ତାଳପତ୍ର ବା ବରଡା଼ ରେ ବିଭିନ୍ନ ପ୍ରକାର ବିଞ୍ଚାଣା, ଛତା,ଆସନ,ଝୁମୁକା, ପକ୍ଷୀଆ,ଝାମ୍ପି,ଏପରିକି ତାର ବାହୁଙ୍ଗା ଜାଳେଣି,ଚାଳଘର ଛପର କାର୍ଯ୍ୟରେ ବ୍ୟବହାର କରାଯାଏ। ତାହାର ଗଣ୍ଡିରୁ ସେଣି ,ଓରା ପ୍ରସ୍ତୁତ କରି ଚାଳଘର, ଟାହିଲି, ଆଜବେଷ୍ଟ ଛପର କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହି ଗଛ ବାହୁଙ୍ଗା ରେ ବାଇଚଢେଇ ନିରାପଦ ଭାବରେ ବାସସ୍ଥାନ ନିର୍ମାଣ କରି ପବନରେ ଦୋଳି ଖେଳୁଥାଏ ଯାହାକି ମନ ମୁଗ୍ଧକର ହୋଇଥାଏ। ପରିବେଶ ଓ ମାନବ ସମାଜର କଲ୍ୟାଣ ପାଇଁ ଏହି ତାଳଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ହୋଇ ପଡ଼ିଛି। ମୁଖ୍ୟତଃ ଏହି ତାଳଗଛ ବଜ୍ରପାତ କୁ ପ୍ରତିରୋଧ କରିବାର ବହୁ କ୍ଷମତା ଥାଏ ବୋଲି ବୁଦ୍ଧିଜୀବୀ ଓ ପାଣିପାଗ ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଜଦି ଏହି ତାଳଗଛ ଦ୍ୱାରା ପରିବେଶ ତଥା ମାନବକଲ୍ୟାଣରେ ଆସିପାରୁଛି ତେବେ ତାଳଗଛ ର ବ୍ୟାପକ ରୋପଣ ପାଇଁ ବନବିଭାଗ ଓ ପ୍ରଶାସନ ପକ୍ଷରୁ ଜନ ସଚେତନତା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)