ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁ ।

0 46

ନୀଳଗିରି,୨୨/୧୨: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ପରିଭ୍ରମଣରେ ଆସିଥିବା ଜଣେ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ହୃଦଘାତରେ ଅକାଳ ମୃତ୍ୟୁ ଘଟିଛି । ପଞ୍ଚଲିଙ୍ଗେଶ୍ୱର ଦର୍ଶନ ସାରି ବସରେ ଫେରୁଥିବା ପଶ୍ଚିମବଙ୍ଗ ମେଦିନାପୁର ଜିଲା ଖଡ଼ଗପୁର ଅଞ୍ଚଳର ଛାୟା ରଣା(୬୨) ନାମକ ପର୍ଯ୍ୟଟକ ନୀଳଗିରିରେ ହଠାତ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ବସରେ ବସିଥିବା ପରିବାରଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆଜି ମୃତଦେହ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.