ଫେବୃୟାରୀ ୧୬ ଦେଶ ବ୍ୟାପି ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ ରଣପୁରରେ ଶ୍ରମିକ ଚାଷୀଙ୍କ ବିକ୍ଷୋଭ ଓ ଧାରଣା।

0 127

ରାଜସୁନାଖଳା,୧୬/୦୨(ପିପିଟି)୧୬ ଫେବୃୟାରୀ କେନ୍ଦ୍ର ମୋଦୀ ସରକାରଙ୍କ ଜନ ବିରୋଧୀ,କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ସିଟୁ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନ କ୍ରମେ ଦେଶ ବ୍ୟାପି ସାଧାରଣ ଧର୍ମଘଟ ଓ ହରତାଳ ପରିପ୍ରେକ୍ଷୀରେ ଆଜି ସକାଳ ୭ ଘଟିକା ସମୟରେ ରାଜସୁନାଖଳା ରେଳ ଷ୍ଟେସନ ସମ୍ମୁଖରେ ସିଆଇଟିୟୁ ତରଫରୁ ଗଣବିକ୍ଷୋଭ ସଙ୍ଗଠିତ ହୋଇଥିଲା। ୫୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଶ୍ରମିକ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲା ବେଳେ ଶ୍ରମିକ ନେତା ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି, ଅନାମ ଦାସ ,ଶ୍ୟାମ ସୁନ୍ଦର ସାମନ୍ତରାୟ ଓ ସୁରଥ ପ୍ରଧାନ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ। ସେହିଭଳି ଦିନ ୧୧ ଘଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡିଆ ସହିଦ ମଣ୍ଡପରେ ଶ୍ରମିକ ଶ୍ରମିକ ଓ କୃଷକ ସଙ୍ଗଠନ ଗୁଡିକ ତରଫରୁ ଏକ ପ୍ରତିବାଦ ସଭା ସଙ୍ଗଠିତ ପରେ ଆଶାକର୍ମୀ,ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା,ଅଙ୍ଗନବାଡି ଓ ସହାୟିକା,ନିର୍ମାଣ ଶ୍ରମିକ,କୃଷକ ଓ କ୍ଷେତ ମଜଦୂର ୟୁନିୟନ ଗୁଡିକର ପ୍ରାୟ ୫୦୦ ଶ୍ରମିକ ଓ କୃଷକଙ୍କ ର ଏକ ଶୋଭାଯାତ୍ରା ବାହାରି କେନ୍ଦ୍ର ମୋଦୀ ସରକାରଙ୍କ ଜନମାରଣା ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କରି ରଣପୁର ବ୍ଲକ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ ।ପରିଶେଷରେ ଶ୍ରମିକ ନେତା ସାଥୀ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣା ରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାରଙ୍କ ଜନ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ।କେନ୍ଦ୍ର ମୋଦୀ ସରକାରଙ୍କ ଆଚ୍ଛା ଦିନ,ଦରବୃଦ୍ଧି ହ୍ରାସ, ବର୍ଷକୁ ୨ କୋଟି ଉଦ୍ଧାର ଓ ଜନଧାନ ଖାତାରେ ୧୫ ଲକ୍ଷ ଟଙ୍କା ଦେବାର ପ୍ରତି ଆଜି ଧୂଆଁ ବାଣ ବୋଲି ବକ୍ତା ମାନେ କହିଥିଲେ।ମୋଦୀ ସରକାରଙ୍କ ପ୍ରତିଶୃତି ଆଜି ବିଭିନ୍ନ ବର୍ଗର ଜନ ଗଣଙ୍କ ପାଇଁ ପ୍ରତାରଣା ହେଲା ବେଳେ ଶ୍ରମିକ,କୃଷକ ଓ ଖାଉଟି ଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି।ଫଳରେ ଜନତା ଜନାର୍ଦ୍ଦନ ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି।କେନ୍ଦ୍ର ମୋଦୀ ସରକାର ଆଦାନୀ ଓ ଆମ୍ବାନୀ ଭଳି ବଡ଼ ବଡ଼ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା କଲା ବେଳେ ସାଧାରଣ ଜନତାଙ୍କ ପେଟକୁ ନାତ ମାରି ଚାଲିଲା ବେଳେ ଏହି ଜନବିରୋଧୀ ନିଷ୍ପତିକୁ ରାଜ୍ୟ ନବୀନ ସରକାର ଅନ୍ଧ ଭାବେ ଗ୍ରହଣ କରି ବିଜେପି ନିକଟରେ ଲୀନ ହେବାକୁ ବସିଛି।ସବୁକ୍ଷେତ୍ରରେ ବିଫଳ ହୋଇଥିବା ବିଜେପି ମୋଦୀ ସରକାର ଓ ବିଜେଡି ନବୀନ ସରକାରରେ ୨୦୨୪ ସାଧାରଣ ନିର୍ବାଚନରେ ରାମଙ୍କ ନାମରେ ଓ ବିଜେଡ଼ି ଦଳ ଜଗନ୍ନାଥଙ୍କ ନାମରେ ରାଜନୀତି କରି ଜନଗଣଙ୍କୁ ଭୁଆଁ ବୁଲାଇ ବୈତରଣୀ ପାରିହେବାକୁ ବସିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ମୋଦୀ ସରକାର ଭଳି ଏକ ଦେଶ ବିରୋଧୀ ଓ ଜନବିରୋଧୀ ସରକାର ସହ ରାଜ୍ୟର ବିଜେଡି ନବୀନ ସରକାର ଅସାଧୁମେଣ୍ଟ କରି ଜନ ଗଣ,ଚାଷୀ , ଶ୍ରମିକ ଓ ଯୁବ ବର୍ଗଙ୍କ ସ୍ୱାର୍ଥ ପ୍ରତି ଆଖିମୁଜି ଚାଲିଛନ୍ତି।ତେଣୁ ଆଗାମୀ ସାଧାରଣ ନିର୍ବାଚନ ରେ “ମୋଦୀ ହଟାଅ , ଦେଶ ବଞ୍ଚାଅ ” ଓ ନବୀନ ହଟାଅ ରାଜ୍ୟ ବଞ୍ଚାଅ କୁ କାର୍ଯ୍ୟକାରୀ କରିବାକୁ ଆଜି ଠାରୁ ବ୍ୟାପକ ପ୍ରଚାର ପ୍ରସାର କରିବା କୁ ଆନ୍ଦୋଳନ ତରଫରୁ ଆହ୍ବାନ ଦିଆଯାଇଛି।ଏହି ସାଧାରଣ ଧର୍ମଘଟର ଗଣଧାରଣା ରେ ଶ୍ରମିକ ନେତା ସୁରେଶ ସ୍ବାଇଁ ଓ ସତ୍ୟବ୍ରତ ନାୟକ,ନିତ୍ୟାନନ୍ଦ ପରିଡା ,ଦୁଃଶାସନ ଜେନା,ବିଭୁ ପ୍ରସାଦ ମିଶ୍ର,ସୁଶୀଲ ମହାନ୍ତି,ଭିକାରୀ ଚରଣ ସାହୁ,ମନୋଜ ପାତ୍ର,ସଂଯୁକ୍ତା ସେଠୀ,ଗଦାଧର ପ୍ରଧାନ, ଧ୍ରୁବ ପରିଡା,ଇ ପି ମାନସିଂହ,ସୁକାନ୍ତି ଜେନା,ରଜନୀ ସାମନ୍ତରାୟ ଓ ସଂଜୁଲତା ପରିଡା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.