ଫୁଲବାଣୀ ୨-୦ରେ ବିଜୟୀ; ମରାଠା ଏକାଦଶ ଭଞ୍ଜନଗର ସହ ୨ୟ ସେମିରେ ।

0 225

ଭଞ୍ଜନଗର, ୨୭/୧୧(ପିପିଟି ):ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଜେ.ଡ଼ି କ୍ଲବ ଫୁଲବାଣୀ ସହ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉଭୟ ଟିମ୍ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଫୁଲବାଣୀ କ୍ଲବ ଲଗାତାର ଭାବେ ୨ଟି ଗୋଲ ସ୍କୋର କରିଥିବା ବେଳେ ହାଇଦ୍ରାବାଦ ଦଳ କୌଣସି ଗୋଲ ଦେବାରେ ସକ୍ଷମ ହୋଇ ନଥିଲା।ସ୍କୋର ୨-୦ରେ ଫୁଲବାଣୀ ଟିମ୍ ବିଜୟୀ ହୋଇ ୨ୟ ସେମିଫାଇନାଲରେ ଆସନ୍ତା କାଲି ଭଞ୍ଜନଗର ମରାଠା ଏକାଦଶ କୁ ଭେଟିବ।ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ସଭାପତି ନୀଳ ମାଧବ ପାତ୍ର,ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି ଡ଼ିଆରଡିଏ ଶିବ ଶଙ୍କର ପ୍ରଧାନ,ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି,ଅସିତ କୁମାର ଗୌଡ଼,ଓକିଲ ସମୀର ନାୟକ,ସରପଞ୍ଚ ଉଦ୍ଧବ ମିଶ୍ର,ହୃଷିକେଶ ପ୍ରଧାନ, ସୁକାନ୍ତ ମଲିକ,ମନୋଜ ପଣ୍ଡା, ଲକ୍ଷ୍ମଣ ନାୟକ ଯୋଗ ଦେଇଥିଲେ।ଆଜିର ମ୍ୟାଚ୍‌ ରେ ରେଫରୀ ଦିଲୀପ କୁମାର ରାଉତଙ୍କୁ ରୋସନ ଖାନ୍, ଦେବବ୍ରତ ବେହେରା,ସୁଜିତ ରାଜହଂସ ମ୍ୟାଚ୍‌ କମିଶନର ପି. ଆନନ୍ଦ ରାଓ ସହଯୋଗ କରିଥିଲେ।ସୁଶାନ୍ତ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ।ପରିଚାଳନା କମିଟି ସଦସ୍ୟ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.