ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ।

0 190

ବେଲଗୁଣ୍ଠା, ୨୧/୦୯(ପିପିଟି ):ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ନିକଟସ୍ଥ ରତନପୁର ଗ୍ରାମର ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ହେଉଛନ୍ତି ନେଟଙ୍ଗା ରତନପୁର ଗ୍ରାମର ସହଦେଵ ବିଶ୍ୱାଳଙ୍କ ପୁଅ ଲକ୍ଷ୍ମୀ ନାରାୟଣ ବିଶ୍ୱାଳ (୨୫) । ଏନେଇ ଲକ୍ଷ୍ମୀ ନାରାୟଣଙ୍କ ଭିଣୋଇ ଶନିଶ୍ଚର ସାହୁ ଗାଙ୍ଗପୁର ଥାନାରେ କରିଥିବା ଅଭିଯୋଗ ପ୍ରକାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ତାଙ୍କ ଶଳା ଲକ୍ଷ୍ମୀ ନାରାୟଣ ରବିବାର ରାତି ୧୧ ଘଣ୍ଟା ୪୦ ମିନିଟ୍ ସମୟରେ ଏକ ଚୁନିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ୨୫/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ଲକ୍ଷ୍ମୀ ନାରାୟଣଙ୍କର ଶବକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଥାନା ଏସ୍ଆଇ ଅଜୟ କୁମାର ମଲିକ ଘଟଣାର ତଦନ୍ତ କରୁ୍ଥିବା ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ମୃତ ଲକ୍ଷ୍ମୀ ନାରାୟଣ ଗତ ସାତ ମାସ ତଳେ ବେଲଗୁଣ୍ଠା ବ୍ଳକ୍ ଜାଲଖାଇ ଗ୍ରାମର ନାରାୟଣ ଜେନାଙ୍କ ଝିଅ ହର୍ଷିତାକୁ ବିବାହ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.