ଫାଶରୁ ଭାଲ୍ଲୁ ଶାବକ ଉଦ୍ଧାର ।

0 296

ମାଲକାନଗିରି,୦୫/୦୮(ପିପିଟି) :ମାଥିଲି ବନାଞ୍ଚଳ ଅନ୍ତର୍ଗତ ବୁରୁଦିଗୁଡା ସଂରକ୍ଷିତ ଜଙ୍ଗଲରେ କିଛି ଲୋକ ଫାଶ ପକାଇ ଭାଲ୍ଲୁକୁ ଧରିବା ପାଇଁ ଚେଷ୍ଟା ଚଳାଇ ଥିଲା ବେଳେ ଖବର ପାଇ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଉକ୍ତ ଜଙ୍ଗଲ ମଧ୍ୟରେ ରାତିରେ ଯାଇ ଥିଲେ। ଭାଲ୍ଲୁ ଧରିବା ପାଇଁ ଏକ ଦଳ ଗଠନ କରାଯାଇ ଜଙ୍ଗଲ ମଧ୍ୟରେ ଭାଲ୍ଲୁକୁ ଫାଶ ପକାଯାଇଥିବା ଘଟଣା ସ୍ଥଳରେ ପହଞ୍ଚି ଥିଲେ। ବନକର୍ମଚାରୀ ମାନେ ବିଛା ଯାଇଥିବା ଫାଶରେ ଶାବକ ଭାଲ୍ଲୁଟି ଲାଖି ରହି ଥିବା ବେଳେ ମା’ ଭାଲ୍ଲୁଟି କୌଣସି ପ୍ରକାର ବଳ ପ୍ରୟୋଗ କରି ଖସି ଯିବାରେ ସକ୍ଷମ ହୋଇଥିଲା । ବନ କର୍ମଚାରୀମାନେ ଲୁହା ଶିକୁଳି ପାଖକୁ ସତର୍କତାମୂଳକ ଭାବେ କାଟି ଭାଲ୍ଲୁ ଶାବକକୁ ରାତାରାତି ଉଦ୍ଧାର କରିଥିଲେ। ତେବେ ଏହି ଭାଲ୍ଲୁ ଶାବକକୁ ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନଙ୍କ ପରାମର୍ଶ କ୍ରମେ ଶାବକଟିକୁ ସେହି ଜଙ୍ଗଲରେ ହିଁ ଛାଡି ଦେଇ ଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଏହି ଜଙ୍ଗଲରୁ ଭାଲୁ ଆସି ଜଣଙ୍କୁ ଆକ୍ରମଣ କରିଥିଲା। ଭାଲ୍ଲୁ ଉପଦ୍ରବ ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ଫାଶ ମାଧ୍ୟମରେ କାବୁ କରିଥିବା ପାଇଁ ଉଦ୍ୟମ କରିଥିବା ଜଣା ପଡ଼ିଛି। ତେବେ ମାଥିଲି ବନ କର୍ମଚାରୀମାନେ ଲୋକମାନ ଯୋଜନା କୁ ଭଣ୍ଡୁର କରିବାର ସଫଳ ହୋଇ ଥିବା ଏସିଏଫ ମନସୁନ ଖେମୁଣ୍ଡୁ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.