ଫାଇଭ-ଟି ସଚିବଙ୍କ ବେଗୁନିଆପଡା ଗସ୍ତ; ଅଭିଯୋଗ ପତ୍ର ଗ୍ରହଣ କଲେ ଓ ପ୍ରକଳ୍ପ ଘୋଷଣା କଲେ।

0 292

କୋଦଳା,୨୫/୦୮(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ସରକାରଙ୍କ 5t ସଚିବ ଭି କେ ପାଣ୍ଡିଆନ ପ୍ରତ୍ଯେକ ଜିଲ୍ଲା ଗସ୍ତକରି ଜନସାଧାରଣଙ୍କ ଠାରୁ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣି ତତ୍କାଳ ସମାଧାନ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଅଗଷ୍ଟ ୨୫ ରୁ ୨୭ ତିନିଦିନ ବ୍ୟାପି ଗଞ୍ଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶୁକ୍ରବାର ସଚିବଙ୍କ ପ୍ରଥମ ଗସ୍ତରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ବୁରୁଝୁରୀ ଶନିଶ୍ଚର ମନ୍ଦିର ନିକଟ ବାଲିବଣ ଠାରେ ଆୟୋଜିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡ୍ ରେ ଅବତରଣ କରି ଆୟୋଜିତ ହୋଇଥିବା ସଭାରେ ପହଞ୍ଚିବା କ୍ଷଣି ସମସ୍ତ ଜନପ୍ରତିନିଧି ସମେତ ମିଶନ ଶକ୍ତି ମା ଓ ବିଜୁପ୍ରେମୀ ସଚିବଙ୍କୁ ହୁଳହୁଳି, ହରିବୋଲ ପକାଇ ପୁଷ୍ପଗୃଛ ଦେଇ ସ୍ୱାଗତ ଜଣାଈ ମଞ୍ଚସ୍ଥଳକୁ ପାଛୋଟି ନେଇଥିଲେ। ଏହି ସମୟରେ ବାରିକେଟ ଭିତରେ ଥିବା ମା ମାଉସୀଙ୍କୁ ହାତ ହଲେଇ, କରମର୍ଦନ କରି ଅଗ୍ରସର ହୋଇଥିଲେ ଏବଂ ପରେ ପରେ ମଞ୍ଚକୁ ନଯାଇ ସଭାରେ ଉପସ୍ଥିତ ରହିଥିବା ସମସ୍ତ ଜନପ୍ରତିନିଧି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଚାଷୀ, ମିଶନ ଶକ୍ତିର ମହିଳା ମାଙ୍କ ପାଖକୁ ଯାଇ ହାତରେ ହାତ ମିଶାଇ ସମସ୍ତଙ୍କ ନିକଟରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହି ସମୟରେ ଜନସାଧାରଙ୍କ ମଧ୍ୟରୁ ମଞ୍ଚ ରେ ପହଞ୍ଚିବା କ୍ଷଣି ପ୍ରଥମେ ଜୟ ମା’ “ତାରା ତାରିଣୀ” କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଜନସାଧାରଣଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରକଳ୍ପ ଗୁଡିକ ବୁଲି ବେଗୁନିଆପଡା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ର ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ ଉପରେ ଆଲୋଚନା କରିଥିଲେ। ପୁରୁଷତ୍ତମପୁର ବ୍ଲକରେ ରହିଥିବା ଗୁପ୍ତେଶ୍ୱର ମହାଦେ ମନ୍ଦିର , କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣାରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିର,ବେଗୁନିଆପଡା ବ୍ଲକ ସିଦ୍ଧେଶ୍ବର ମନ୍ଦିର ଗୁଡିକୁ ନୂତନ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦିତ କରିଥିବା କହିଥିବା ବେଳେ ବେଗୁନିଆପଡା, କୋଦଳା ଓ କବିସୂର୍ଯ୍ୟନଗର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ୧୫ଶହ କୋଟି ଟଙ୍କା ଅନୁମୋଦନ ହୋଇଥିବା କହିଥିଲେ । ସେହିପରି ବେଗୁନିଆପଡା ବ୍ଲକର ୧୭ଟି ପଞ୍ଚାୟତରେ ସାଳିଆ ଡ୍ୟାମ୍ ରୁ ପିଇବା ଜଳ ଯୋଗାଣ ପାଇଁ ୭୦ କୋଟି ,କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ 5t ରେ ସାମିଲ୍ କରି ଆମ ହସପିଟାଲ୍ ରେ ପରିଣତ କରିଛନ୍ତି। ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଭଳି ନିର୍ବାଚନ ମଣ୍ଡଳୀର ସମସ୍ତ ମହାବିଦ୍ୟାଳୟ ଗୁଡିକୁ 5t ମାଧ୍ୟମରେ ରୂପାନ୍ତରିତ କରାଯିବ ବୋଲି ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲା ମିଶନ ଶକ୍ତି ମହିଳା ମା ମାନଙ୍କ ଲାଗି ମୁଁ ଗର୍ବିତ, ମୁଁ ଯେତେବେଳେ ଗଞ୍ଜାମର ଜିଲ୍ଲାପାଳ ଥିଲି ସେବେଠାରୁ ହିଁ ଗଞ୍ଜାମ ଜିଲ୍ଲା ମିଶନ ଶକ୍ତି ବହୁ ଆଗରେ ଥିଲା ବର୍ତ୍ତମାନ ଏହି ଗଞ୍ଜାମ ମିଶନ ଶକ୍ତିକୁ ସାରା ରାଜ୍ୟରେ ମୋଡେଲ ଭାବେ ବ୍ୟବହାର କରାଯାଉଛି । ଆଜି ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ତଥା ଅର୍ଥ ଅଭାବରୁ ଯେମିତି କାହାର ଜୀବନ ନଯିବ ସେଥିପ୍ରତି ଦୃଷ୍ଟି ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରତ୍ୟେକ ପରିବାର ର ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ 5t ସଚିବ ।ଶେଷରେ ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣକରି ସମସ୍ତଙ୍କ ଦରଖାସ୍ତ ବିଚାରକୁ ନିଆଯିବ ଏବଂ ୭ ଦିନ ମଧ୍ୟରେ ନିଶ୍ଚିତ ଆପଣ ମାନେ ଭଲ ଖବର ପାଇବେ ବୋଲି ପ୍ରକାଶ କରିବା ସହିତ ସକାଳୁ ସକାଳୁ ନିଜର ବହୁମୂଲ୍ୟ ନଷ୍ଟ କରି ଏତେ ମାତ୍ରାରେ ଜନ ସମାଗମ ହୋଇଥିବାରୁ ଏ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ପ୍ରଣାମ ଜଣାଉଛି, ଜୟ ଜଗନ୍ନାଥ ଓ ଜୟ ମା ତାରା ତାରିଣୀ କହି ନିଜର କାର୍ଯ୍ୟକ୍ରମ ଶେଷ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବେଗୁନିଆପଡା ବିଡ଼ିଓ ଓ ବହୁ ସରକାରୀ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲେ । ଗୋଟିଏ ୧୦୦ ବର୍ଷର ବୁଢ଼ୀ ବି ମୋ ପାଣ୍ଡ୍ୟା କୁ ଟିକେ ଦେଖିବି ବୋଲି କହୁଥିବା ଦେଖିବାକୁ ମିଳିଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.