ଯାଜପୁର,୦୫/୦୯(ପିପିଟି):ପ୍ରେମ ବ୍ୟାପାରରୁ ଛାତ୍ରଙ୍କୁ ହତ୍ୟା । ଯାଜପୁର ଧର୍ମଶାଳା ଥାନା ରଥିଆ ନିକଟ ଏକ କ୍ରସର ପଛପଟୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତକ ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା ।
ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନରୁ ନିଖୋଜ ଥିଲେ ରୁଦ୍ର। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଗତକାଲି ଧର୍ମଶାଳା ଥାନାରେ ପୁଅ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଆଜି ସକାଳୁ ରଥିଆ ନିକଟ ଏକ କ୍ରସର ପଛ ପଟ ନାଳରେ ରୁଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ବାପା ନରହରି ବେହେରା ଅଭିଯୋଗ କରିଛନ୍ତି। ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।
(ରିପୋର୍ଟ- ଅକ୍ଷୟ ରାଉତ।)