ପ୍ରେମ ବିହାରୀ ନାରାୟଣ ରାୟଜାଦା ସମ୍ପର୍କରେ ବହୁତ ଲୋକଙ୍କୁ
ହୁଏ ତ ଜଣା ନଥାଇ ପାରେ । ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ହସ୍ତ ଲିଖନ ବିଦ୍ୟା ବିଶାରଦ ବା Colligraphist ଅଟନ୍ତି।ସେ
ଭାରତୀୟ ସମ୍ବିଧାନ ପ୍ରସ୍ତୁତି ସମାପ୍ତ ହେଲା ପରେ ଇଂରେଜୀ ଅକ୍ଷରରେ ସୁନ୍ଦର ଭାବେ ସଜେଇ ହାତରେ ଲେଖିବା ପାଇଁ ତାଙ୍କୁ ଦାୟିତ୍ୱ ନ୍ୟସ୍ତ କାରାଯାଥିଲା । ଯିଏ ଚିତ୍ର କରେ ସେ ଚିତ୍ରକାର, ସେମିତି ଯିଏ ସୁନ୍ଦର ଅକ୍ଷରରେ ଲେଖେ ସେ Calligrapher ବା ହସ୍ତାକ୍ଷର ବିଶାରଦ। କିନ୍ତୁ ସେ ଲେଖକ ବା Writer ନୁହଁନ୍ତି। କିନ୍ତୁ ଭାରତୀୟ ସମ୍ବିଧାନ ର ଲେଖକ,ପ୍ରଣେତା,ବା ଜନକ ହେଉଛନ୍ତି ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର। ଯିଏ କି ସମ୍ବିଧାନ ଡ୍ରାଫ୍ଟଟିଂ କମିଟିର ଅଧ୍ୟକ୍ଷା ଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା M.A,M.sc.PhD,D.sc,Bar at Law,LLD ,D.litt. । ତାଙ୍କର ପାଖରେ ୩୨ ଟି ଡିଗ୍ରୀ ଥିଲା। ୬୪ ଗୋଟି ସବଜେକ୍ଟରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା ଓ ୧୧ ଗୋଟି ଭାଷାରକୁ ଆୟତ କରି ଥିଲେ। ବିଶ୍ଵର ଏକ ମହାନ ଜ୍ଞାନୀ ଭାବେ ପରିଚୟ ସୃଷ୍ଟି କରିଥିଲେ।
ତେବେ ପ୍ରେମ ବିହାରୀ ନାରାୟଣ ରାୟଜାଦା ଜଣେ ହସ୍ତ ଲେଖନ ବିଦ୍ଯା ବିଶାରଦ। ୧୯୦୧ ମସିହା ୧୭ ଡିସେମ୍ବର ରେ
ସେ ଏକ କାୟସ୍ଥ ସକସେନା ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶୈଶବ ଅବସ୍ଥାରୁ ତାଙ୍କ ବାପା ମା’ଙ୍କର ମୃତ୍ୟୁ ଘଟିଥିଲା। ଏଣୁ ରାୟଜାଦାଙ୍କ ପାଳନ ପୋଷଣ ତାଙ୍କ ଜେଜେବାପାଙ୍କ ଉପରେ ନ୍ୟସ୍ତ ଥିଲା। ସେ ବି ଜଣେ ଭଲ Calligrapher ଥିଲେ। ସେହି କଳାକୃତିକୁ ରାୟଜାଦାଙ୍କୁ ଶିଖାଉଥିଲେ । ରାୟଜାଦା ଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜ୍ ରେ
ପାଠ ପଢୁଥିବା ସମୟରେ ମଧ୍ୟ ଲେଖନୀ କଳା କୌଶଳ ନକଲ
କରିବା ଅଭ୍ୟାସ ଅବ୍ୟାହତ ରଖିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଏ।
ଯେତେବେଳେ ଭାରତୀୟ ସମ୍ବିଧାନ ୨ ବର୍ଷ ୧୧ ମାସ ୧୮ ଦିନରେ ପ୍ରଣୟନ କରାଯାଇ ୩୯୫ ଅନୁଛେଦ ୮ ଟି ଅନୁସୂଚୀ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ ହେଲା। ଏହାକୁ ହାତରେ ସୁନ୍ଦର ଇଂରାଜୀ ଭାଷାରେ ଲେଖିବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ପ୍ରେମ ବିହାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ଏବଂ ହାତରେ ସୁନ୍ଦର ଅକ୍ଷରରେ ମୈଳିକ ଦସ୍ତାବିଜ ର ଅବିକଳ ନକଲ ଉତ୍ତାରିବାକୁ କେତେ ପାରିଶ୍ରମିକ ନେବାକୁ କଥା ବାର୍ତ୍ତା ହୋଇ ଥିଲେ। ମାତ୍ର ପ୍ରେମ ବିହାରୀ ପାରିଶ୍ରମିକ ନେବାକୁ ମନା କରି ଦେଇଥିଲେ। କିନ୍ତୁ ଗୋଟିଏ ସର୍ତ୍ତ ରଖିଥିଲେ ଯେ , ସେ ସୁନ୍ଦର ହସ୍ତ ଲିପି ଲେଖିବା
ପାଇଁ ସମ୍ବିଧାନ ପ୍ରତି ପୃଷ୍ଠାରେ ତାଙ୍କର ନାମ ଲେଖା ଯିବ ଓ ଶେଷ ପୃଷ୍ଠାରେ ତାଙ୍କ ଜେଜେବାପା ଙ୍କ ନାମ ରହିବ। ଏହି ସର୍ତ୍ତକୁ ପଣ୍ଡିତ ଜବାହରଲାଲ ନେହେରୁ ରାଜି ହେଲା ପରେ
ଦିଲ୍ଲୀରେ ତାଙ୍କୁ ଏକ ପ୍ରକୋଷ୍ଠ ପ୍ରଦାନ କରାଗଲା। ସେ ଇଟାଲିକ୍ ଇଂରାଜୀ ଅକ୍ଷର ସାଇଜରେ ସମ୍ବିଧାନ ଅବିକଳ
ଅନୁଛେଦ ଗୁଡ଼ିକୁ ଉତ୍ତାରି ଥିଲେ। ସେ ଛଅ ମାସ ମଧ୍ୟରେ ୩୯୫ ଅନୁଛେଦ ୮ଟି ଅନୁସୂଚିତ ଏବଂ ଗୋଟିଏ ପ୍ରସ୍ତାବନାକୁ ସଂଯୁକ୍ତ କରି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ସେହି ସମ୍ବିଧାନ ଲେଖିବା ପାଇଁ ୪୩୨ଗୋଟିଏ ପେନ୍ ହୋଲଡର୍ ନିବ୍ ଓ ୨୫୪ ବୋତଲ ସ୍ୟାହି ବ୍ୟବହୃତ ହୋଇଥିଲା। ଏଥିରେ ୨୫୧ ପୃଷ୍ଠା ପାଇଁ କାଗଜ ବ୍ୟବହୃତ ହୋଇଥିଲା ବେଳେ ଓଜନ (୩.୭୫) କେଲୋ ବା (୮.୨୬) ପାଉଣ୍ଡ ଥିଲା। ଏହି ସମ୍ବିଧାନଟି ବିଶ୍ଵର ଏକ ବିରଳ ବୃହତ୍ତମ ଲିଖିତ ସମ୍ବିଧାନ ହୋଇ ଥିବା ବେଳେ ଏଥିରେ ୧,୪୬ ,୩୮୫ ଇଂରାଜୀ ଶବ୍ଦ ପ୍ରୟୋଗ କରାଯାଇଛି।ପାଣ୍ଡୁ ଲିପି କାର୍ଯ୍ୟ ୨୬ ନଭେମ୍ବର ୧୯୪୯ ରେ ସମାପ୍ତ ହେଲା ପରେ ୨୬ ଜାନୁଆରୀ ୧୯୫୦ ମସିହାରେ ଲାଗୁ କରାଗଲା। ଏହି ଦସ୍ତାବିଜ ରେ ୨୮୪ ସଦସ୍ଯ ହସ୍ତାକ୍ଷର କରିଥିଲେ।ଜାନୁଆରୀ ୨୬ ତାରିଖ ସମଗ୍ର ଭାରତବର୍ଷରେ ସାଧାରଣ ତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି।
ତେବେ ହିନ୍ଦୀ ଅକ୍ଷରରେ ବସନ୍ତ କୃଷ୍ଣ ବୈଦ୍ଯ ସୁନ୍ଦର ହସ୍ତାକ୍ଷରେ
ଏହାର ଅବିକଳ ନକଲ କରିଥିଲେ। ଯେଉଁ ପ୍ରକୋଷ୍ଠ ଏହିକୁ
ଲେଖା ଯାଉଥିଲା, ତାହାର ନାମ Constitution Club
ନାମରେ ନାମିତ କରାଯାଇଅଛି। ପ୍ରେମ ବିହାରୀଙ୍କ ଜେଜେବାପା ଙ୍କ ନାମ ରାମ ପ୍ରସାଦ ସକ୍ସେନା ସମ୍ବିଧାନର ଶେଷ ପୃଷ୍ଠାରେ ଅଙ୍କିତ କରାଯାଇଛି। ୧୯୬୬ ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ,ଏମ.ଏ ସମାଜ ବିଜ୍ଞାନ)