ପ୍ରେମର ପ୍ରତୀକ ଦୋଳ ଉତ୍ସବ।

0 315

ବୋଲଗଡ଼,୨୫/୦୩(ପିପିଟି):ଦୋଳ ପୂର୍ଣିମା ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। ଏହି ପର୍ବ ଲୋକ ପ୍ରିୟ ହିନ୍ଦୁ ପର୍ବ ଅଟେ। ଏହି ଦୋଳ ପୂର୍ଣ୍ଣିମା ପାଇଁ ପ୍ରତ୍ୟେକ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁ ଠାରେ ଉତ୍ସବ ମୁଖର ହୋଇଉଠିଛି। ସେହିପରି ବୋଲଗଡ଼ ଅଞ୍ଚଳ ରେ ଧୁମ୍ ଧାମ ରେ ପାଳନ କରାଯାଉଛି। ଏହି ଦୋଳ ପୂର୍ଣ୍ଣିମା “ପ୍ରେମର ପ୍ରତୀକ”ଅଟେ ଯାହାକି ଶ୍ରୀକୃଷ୍ଣ ଓ ରାଧାଙ୍କୁ ଏହି ପୁର୍ଣିମା ଦିନ ଭକ୍ତମାନେ ଦୋଳ ବିମାନରେ ବସାଇ ସଂକୀର୍ତ୍ତନ କରି ଘରକୁ ଘର ଓ ସାହି ରୁ ସାହି ବୁଲାଇ ଅବିର ଖେଳନ୍ତି ଓ ଭୋଗ ଖାଇଥାନ୍ତି। ତତ ସହିତ ଏହି ଉତ୍ସବ କୁ ବହୁ ଯାକଯକମରେ ପାଳନ କରାଯାଇଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.