ଯଉବନ ଯେବେ ଛୁଇଁଲା ଜୀବନେ
ପ୍ରେମରେ ପଡିଲି ମୁହିଁ….
ସେ ଝିଅକୁ ମନେ ଭଲ ମୁଁ ପାଇଲି
କହିତ ପାରିଲି ନାହିଁ…..!!
ତା ଆଖିରେ ଆଖି ମିଶିଯାଏ ଯେବେ
ଲାଜରେ ସେ ଚାହେଁ ନାହିଁ….
ହସି ଦେଇ ଟିକେ ଚାଲଯାଏ ଧୀରେ
ପଦେ କଥା କହେ ନାହିଁ….!!
ମନର ଭାବକୁ ବ୍ୟକ୍ତ କରିବାକୁ
ଚିଠି ଖଣ୍ଡେ ଲେଖି ଦେଲି….
ନୂଆ ନୂଆ ପ୍ରେମ ନୂଆ ନୂଆ ଚିଠି
ଲେଖି ଲେଖି ଥକି ଗଲି….!!
ଭାବୁଥିଲି ନିଜେ ଚିଠ ଲେଖି ଯଦି
ଦେବି ତା ହାତରେ ନେଇ…..
କାଳେ ଯଦି ଚିଠି ନ ଗ୍ରହଣ କରି
ଫୋପାଡିବ ରାଗେ ସେହି….!!
ଲାଗିବ ନିଜକୁ ଧିକ୍କାର ଲଜ୍ଜିତ
ପ୍ରେମଟା ହେବ ବିଫଳ….
ଏଥି ପାଇଁ ଡର ଚିଠି ଦେବା ପାଇଁ
ଫାଡୁ ଥାଏ ବାରମ୍ବାର…..!!
କେବେ କେବେ ଚିଠି ପକେଟ୍ ରେ ଧରି
ରାସ୍ତାରେ ଅପେକ୍ଷା କରେ….
ଲୋକ ଗହଳରେ ଦେଇ ନପାରିଣ
ନିରାଶରେ ଘରେ ଫେରେ….!!
ଚିଠି ଲେଖି ଲେଖି ରାତି ଯେ ଅନିଦ୍ରା
ସପନ ଦେଖିଲି ଖାଲି….
ସେହି ଝିଅ ଏବେ ବାହା ହୋଇ ଗଲା
ବିଫଳ ପ୍ରେମିକ ବୋଲି….!!
ଆଜି ସେହି ଚିଠି ସାଇତି ରଖିଛି
ବୟସ ଗଲାଣି ବଢ଼ି….
ଅଧୁରା ପ୍ରେମର ପହିଲି ଚିଠିଟା
ସ୍ମୃତି ରଖେ ପଢି ପଢି….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)