ପ୍ରିୟା

0 32

କାହିଁକି ଖୋଜିବି ଫୁଲର ଉଦ୍ୟାନ
ତୁମେ ତ ଫୁଲର ରାଣୀ…..
ତୁମେ ପ୍ରାଣ ପ୍ରିୟା ସୁମନ ସୁଗନ୍ଧ
ଚିତ୍ତକୁ ନିଅ ମୋ ଟାଣି…!!
ଜହ୍ନକୁ କାହିଁକି ଖୋଜିବି ଗଗନେ
ତୁମେ ତ ରଜତ ମାର୍ଗ….
ତୁମ ଦରଶନେ ବିଷାଦ ବିମୁକ୍ତ
ସ୍ନିଗ୍ଧ ଶୀତଳ ସ୍ବର୍ଗ…!!
ତୁମେ ପାଶେ ଥିଲେ ଲୋଡ଼ା ନାହିଁ କିଛି
ତୁମେ ହୀରା ଲୀଳା ମୋତି….
ଏ ସଂସାରେ ଯେତେ ଅଛି ବୈଭବ
ଅମୂଲ ମୂଲ ଯେ ପ୍ରୀତି….!!
ତୁମ ସାନିଧ୍ୟରେ ଆନନ୍ଦ କଲ୍ଲୋଳ
ହୃଦୟ ସାଗର ମନ୍ଥେ…
ତୁମେ ଏ ସଂସାରେ ମୋହିନୀ ବିମୁଗ୍ଧା
ତନ୍ମୟ କୁସୁମ ଗୁନ୍ଥେ….!!
କାହିଁକି ଶୁଣିବି କଳକଣ୍ଠ ରାଗ
ତୁମ କଣ୍ଠେ ମଧୁ ଝର….
ତୃପ୍ତି ପ୍ରୀତି ଗୀତି ଶ୍ରୁତିକୁ ମୋହର
ଶାନ୍ତି ଦିଏ ବାର ବାର….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.